ତେଲେଙ୍ଗାନାର ବିଜୁଳିରୁ ଆଲୋକିତ ହେଲା ଛତିଶଗଡ଼ର ଏହି ଗାଁ, ସ୍ୱାଧୀନତାର 70 ବର୍ଷ ପରେ ଜଳିଲା ବଲବ !

ଲକଡାଉନ ଭିତରେ ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ସ୍ୱାଧୀନତାର 70 ବର୍ଷ ପରେ ପ୍ରଥମ ଥର ସୁକୁମାର ନକ୍ସଲ ପ୍ରଭାବିତ ଗୋଲାପଲ୍ଲୀ ଗାଁ ସରକାରୀ ବିଜୁଳିର ସୁବିଧା ପାଇଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ ବିଦ୍ୟୁତ ସହ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ପହଁଞ୍ଚିପାରି ନ ଥିଲା। କିନ୍ତୁ ରାଜ୍ୟର ମନ୍ତ୍ରୀ କବସି ଲଖମାଙ୍କ ପ୍ରୟାସରେ ଆଜି ଗାଁରୁ ଅନ୍ଧକାର ଦୂର ହୋଇଛି।

ଗାଁକୁ କିପରି ବିଜୁଳି ଆସିବ, ସେ ନେଇ ଛତିଶଗଡ଼ ଏବଂ ତେଲେଙ୍ଗାନା ସରକାରଙ୍କ ମଧ୍ୟରେ ଲଗାତାର କଥାବାର୍ତ୍ତା ଜାରି ରହିବା ପରେ ଶେଷରେ ଗୋଲାପଲ୍ଲୀ ଗାଁକୁ ବିଜୁଳି ଆସିପାରିଛି। ଏଠାକୁ ବିଜୁଳି ଆଣିବା ପାଇଁ ମନ୍ତ୍ରୀ କବସି ଲଖମା ତେଲେଙ୍ଗାନା ସରକାରଙ୍କ ସହ କଥାବାର୍ତ୍ତା କରି ସାହାଯ୍ୟ ମାଗିଥିଲେ।

3

ତେବେ ଏହି ଅଞ୍ଚଳରେ ସବୁବେଳେ ନକ୍ସଲ ଗତିବିଧି ଲାଗି ରହୁଥିବାରୁ ପୋଲିସ, ପ୍ରଶାସନ ପାଇଁ ଗାଁ ପର୍ଯ୍ୟନ୍ତ ବିଜୁଳି ପହଞ୍ଚାଇବା ଏକପ୍ରକାର ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଯବାନମାନଙ୍କ ସୁରକ୍ଷାରେ ଏହି କାମ କରାଯାଇଥିଲା। ଏକ ଗଣମାଧ୍ୟମକୁ ମନ୍ତ୍ରୀ କବସି ଲଖମା କହିଥିଲେ ଯେ ଗାଁକୁ ବିଜୁଳି ଆସିଯାଇ ଥିବାରୁ ଗ୍ରାମବାସୀ ବହୁତ ଖୁସି ଅଛନ୍ତି। ଏବେ ସ୍କୁଲ ମଧ୍ୟ ଖୋଲିଯିବ। ସେ ପୂର୍ବରୁ ଅଞ୍ଚଳବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପୂରଣ ହୋଇପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.