Below header

ମୁମ୍ବାଇ ପୋଲିସ୍‌କୁ ଫୋନ୍‌ ଆସିଲା, ପାକିସ୍ତାନୀ ତାଜ୍‌ ହୋଟେଲକୁ ଉଡ଼ାଇ ଦେବେ

ଫୋନ୍‌ ଆସିଲା ମୁମ୍ବାଇ ପୋଲିସ୍‌କୁ । କଣ୍ଠ ଥିଲା ଧମକ ଭରା । ଲୋକଟି କହିଲା, ଦୁଇଜଣ ପାକିସ୍ତାନୀ ଆସିଛନ୍ତି ମୁମ୍ବାଇ ତାଜ୍‌ ହୋଟେଲକୁ ବୋମାରେ ଉଡ଼ାଇ ଦେବେ ।

ମୁମ୍ବାଇ : ଫୋନ୍‌ ଆସିଲା ମୁମ୍ବାଇ ପୋଲିସ୍‌କୁ । କଣ୍ଠ ଥିଲା ଧମକ ଭରା । ଲୋକଟି କହିଲା, ଦୁଇଜଣ ପାକିସ୍ତାନୀ ଆସିଛନ୍ତି ମୁମ୍ବାଇ ତାଜ୍‌ ହୋଟେଲକୁ ବୋମାରେ ଉଡ଼ାଇ ଦେବେ । ତାପରେ ପୋଲିସ୍‌ ତନାଘନା କଲା । ହେଲେ ସେମିତି କିଛି ସନ୍ଦିଗଧ ଜିନିଷ ମିଳିଲା ନାହିଁ । ଶେଷରେ ଜଣାପଡ଼ିଲା କି ଏହା ମିଛ ଫୋନ୍‌ କଲ୍‌ ଥିଲା ।

ପୋଲିସ୍‌ର ସୂଚନା ଅନୁସାରେ, ଫୋନ୍‌ କରଥିବା ଲୋକଟି ତା ନାଁ ମୁକେଶ ସିଂହ ବୋଲି କହିଥିଲା । ତେବେ ଯାଞ୍ଚ ପରେ ଜଣାପଡ଼ିଥିଲା କି ଲୋକଟିର ନାଁ ହେଉଛି ଜଗଦମ୍ବା ପ୍ରସାଦ ସିଂହ । ଏହି ୩୫ ବର୍ଷୀୟ ବ୍ୟକ୍ତିଙ୍କ ଘର ଉତ୍ତର ପ୍ରଦେଶରେ । ତେବେ ସେ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ରହେ । ପୋଲିସ୍‌ ତାକୁ ଠାବ କରି ଗିରଫ କରିଛି । ତେବେ ସେ କାହିଁ ଏଭଳି ମିଥ୍ୟା କଲ୍‌ କରିଥିଲା ତାହା ସ୍ପଷ୍ଟ ହାଇନାହିଁ ।

ସୂଚନା ଥାଉ କି, ୨୦୦୮ ନଭେମ୍ବର ୨୬ରେ ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ବାଟେ ଆସି ମୁମ୍ବାଇରେ ୧୬୬ ଜଣଙ୍କୁ ହତ୍ୟା କରିଥିଲେ । ଏଥିରେ ଥିଲେ ୧୮ ଜଣ ସୁରକ୍ଷା କର୍ମୀ । ଏହି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାରି ଦିନ ଲାଗିଥିଲା । ଯେଉଁ ଅପରେସନ୍‌ରେ ଆତଙ୍କବାଦୀ କସାବ ଧରାପଡ଼ି ଶେଷରେ ଫାଶୀ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.