Below header

ପ୍ରତ୍ୟାହୃତ ହେଲା ୩ କୃଷି ଆଇନ,କେନ୍ଦ୍ରର ନିଷ୍ପତ୍ତି ଉପରେ ମୋହର ମାରିଛି କ୍ୟାବିନେଟ୍‌

କେନ୍ୟୁଜ୍(ବ୍ୟୁରୋ): ପ୍ରତ୍ୟାହୃତ ହେଲା ୩ କୃଷି ଆଇନ । ପ୍ରତ୍ୟାହାର ନେଇ କେନ୍ଦ୍ରର ନିଷ୍ପତ୍ତି ଉପରେ ମୋହର ମାରିଛି କ୍ୟାବିନେଟ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ତିନିଟି କୃଷି ଆଇନ ପ୍ରତ୍ୟାହାରକୁ ଅନୁମୋଦନ କରାଯାଇଛି। ଗୁରୁ ନାନକ ଜୟନ୍ତୀ ଅବସରରେ ତିନି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ।

ଏହା ସହ ଆସନ୍ତା ସଂସଦ ଅଧିବେଶନରେ କୃଷି ବିଲ ପ୍ରତ୍ୟାହାର ନେଇ ଏକ ବିଲ ପାରିତ ହେବ ବୋଲି ମଧ୍ୟ ଘୋଷଣା କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ କୃଷକ ସଂଗଠନ କଳା ଆଇନ ପ୍ରତ୍ୟାହାର ପର୍ଯ୍ୟାପ୍ତ ନୁହେଁ ବୋଲିି କହିଛନ୍ତି। ଏମଏସପି ଗ୍ୟାରେଣ୍ଟି ଆଇନ ପ୍ରଣୟନ ସହ କୃଷକ ବିରୋଧୀ ବିଲ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.