Below header

ବାପା ହେଲେ ଟିମ ଇଣ୍ଡିଆର ଫାଷ୍ଟ ବୋଲର ଭୁବନେଶ୍ୱର କୁମାର

ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କ ଘରକୁ ଖୁସି ଖବର ଆସିଛି । ବାପା ହୋଇଛନ୍ତି ଏହି ଭାରତୀୟ କ୍ରିକେଟଟିମର ଏହି ଦ୍ରୁତ ବୋଲର । ଆଜି ସକାଳେ ଭୁବନେଶ୍ୱରଙ୍କ ପତ୍ନୀ ନୁପୁର ନାଗର ଦିଲ୍ଲୀସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ନେଇ ଖବର ଆସିଛି । ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ନେଇ ଜଣାଯାଇଛି | ଏହି ଖୁସିରେ ଉତ୍ତରପ୍ରଦେଶର ମିରଟରେ ରହୁଥିବା ଭୁବିଙ୍କ ପରିବାର ଲୋକେ ବି ମିରଟ ଆସିଛନ୍ତି । ପରିବାର ସଂଖ୍ୟା ବଢିବା ଖୁସିରେ ଭୁବିଙ୍କ ସମେତ ତାଙ୍କ ମା ଖୁସିରେ ଉଲ୍ଲସିତ ହୋଇ ଉଠିଛନ୍ତି । ଏଖୁସୀର ଗୁରୁବାର ଭୁବି ମିରଟ ଯିବା ନେଇ ସୂଚନା ମିଳିଛି । ଭୁବି ବାପା ହେବା ଖବର ପ୍ରଥମେ ମିରଟ ଡିଷ୍ଟ୍ରିକଟ କ୍ରିକେଟ ଆସୋସିଏସନ ଟ୍ରେଜରର ରାକେଶ ଗୋୟଲ ପ୍ରେସମିଟରେ ସୂଚନା ଦେଇଥିଲେ ।

 

ସୂଚନା ଦେଉଛୁକି ଚାରି ବର୍ଷ ତଳେ ୨୦୧୭ ନଭେମ୍ବର ୨୩ ତାରିଖରେ ଭୁବନେଶ୍ୱର କୁମାର ନୁପୁର ନାଗରଙ୍କୁ ବିବାହ କରିଥିଲେ । ନୁପୁର ଏବେ ନୋଏଡାରେ ରହୁଥିବା ବେଳେ ଏହି ଖବର ଶୁଣି ଭୁବି ଦିଲ୍ଲୀ ଆସିଥିଲେ । ଚଳିତ ବର୍ଷ ମେ ୨୦ ତାରିଖରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତା ଦୀର୍ଘ ସମୟ ଧରି ଯକୃତ ଜନିତ ସମସ୍ୟାରେ ପୀଡିତ ଥିଲେ । ସଦ୍ୟ ସରିଥିବା ତିନି ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ଭୁବନେଶ୍ୱର କୁମାର ଭାଗ ନେଇଥିବା ବେଳେ ତିନିଟି ଵିକେଟ ଅକ୍ତିଆର କରିଥିଲେ । ନିଉଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ତାଙ୍କ ବୋଲିଂଗ ଖୁବ ଚମତ୍କାର ଥିଲା । ଏମିତିରେ ବି ଭୁବିଙ୍କ ସ୍ୱଇଙ୍ଗ ବଲରେ ରନ କରିବା କୌଣସି ବି ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ ଖୁବ କଷ୍ଟକର । ନିଜ ଧମାକାଦାର ବଲିଙ୍ଗରେ ଟିମ ଇଣ୍ଡିଆକୁ ଅନେକ ଥର ବିଜୟର ସ୍ୱାଦ ଚଖେଇଛନ୍ତି ଏହି ଦ୍ରୁତ ବୋଲର ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.