ଜମ୍ମୁ କଶ୍ମୀରର କାଠୁଆରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର କାଠୁଆରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ। ସେମାନଙ୍କ ଠାରୁ ଚାରିଟି ଏକେ -୫୬ ଓ ୨ଟି ଏକେ- ୪୭ ଜବତ କରାଯାଇଛି। ପଞ୍ଜାବରୁ କଶ୍ମୀର ଯାଉଥିବା ଏକ ଟ୍ରକକୁ କାଠୁଆର ଲଖନପୁର ଠାରେ ଯାଞ୍ଚ କରାଯିବା ବେଳେ ଏମାନଙ୍କୁ ଗିରଫ କରାଯାଇଛି। ଟ୍ରକରେ ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିବା ଖବର ପାଇ ସେନାବାହିନୀ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ତିନ ଆତଙ୍କବାଦୀ ଧରାପଡିଥିଲେ। ଟ୍ରକର ମାଲିକ ପୁଲୱାମାର ବାସିନ୍ଦା ବୋଲି କୁହାଯାଇଛି। ତେବେ ଗିରଫ ଆତଙ୍କବାଦୀ ମାନେ କେଉଁ ସଂଗଠନର ବୋଲି ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.