ଏହି ମନ୍ଦିରରେ ଆଜି ବି ରହିଛି ସମୁଦ୍ର ମନ୍ଥନ ବେଳେ ବାହାରିଥିବା ଅମୃତ କଳସ !
ସମୁଦ୍ର ମନ୍ଥନ ଏବଂ ସେଥିରୁ ବାହାରିଥିବା ଅମୃତ କଳସ ବିଷୟରେ ଆମେ ବହୁତ ଥର ଶୁଣିଛନ୍ତି। କିଛି ଲୋକ ଏହାକୁ କେବଳ ଏକ ପୌରାଣିକ କଥା ବୋଲି ମାନନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁସଲିମ୍ ଦେଶ ଇଣ୍ଡୋନେସିଆରେ ଏକ ଏମିତି ରହିଛି ଯେଉଁଠି ଆଜି ବି ସେଠାରେ ଅମୃତ କଳସ ଅଛି ଯାହା ସମୁଦ୍ର ମନ୍ଥନରୁ ବାହାରିଥିଲା।
ଏହି ମନ୍ଦିରର ନାମ କଣ୍ଡି ସୁକୁହ ଯାହା ମଧ୍ୟ ଏବଂ ପୂର୍ବ ଜାଓ୍ଵା ପ୍ରାନ୍ତର ସୀମାରେ ମାଉଣ୍ଟ ଲାବୁ ପଶ୍ଚିମ ଢ଼ଲାନରେ ଅବସ୍ଥିତ। ଏହି ପ୍ରାଚୀନ ମନ୍ଦିରରେ ଏକ ଏମିତି କଳଶ ରହିଛି ଯେଉଁଥିରେ ଗୋଟିଏ ଦ୍ରବ୍ୟ ହଜାର ବର୍ଷ ଧରି ମହଜୁଦ ରହିଛି। କୁହାଯାଏ ଯେ ସେଥିରେ ଥିବା ଦ୍ରବ୍ୟ ହେଉଛି ଅମୃତ, ଯାହା ଆଜି ପର୍ଯ୍ୟନ୍ତ ଶୁଖିନାହିଁ।
୨୦୧୬ରେ ଇଣ୍ଡୋନେସିଆର ପୁରାତନ ବିଭାଗ ଦ୍ୱାର ଏହି ମନ୍ଦିରର ମରାମତି କାମ ଚାଲୁଥିଲା। ସେତେବେଳେ ବିଶେଷଜ୍ଞଙ୍କୁ ମନ୍ଦିରର କାନ୍ଥ ପାଖରେ ଏକ ତମ୍ବାର କଳସ ମିଳିଲା, ଯାହା ଉପରେ ଏକ ପାରଦର୍ଶୀ ଶିବଲିଙ୍ଗ ସ୍ଥାପିତ ଥିଲା ଏବଂ କଳସଭିତରେ କିଛି ଦ୍ରବ୍ୟ ଥିଲା।
ଏହାସହ ପଢନ୍ତୁ : ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ନବରାତ୍ରୀ ଏବଂ ଏଥର କେଉଁ ବାହନରେ ଆଗମନ କରିବେ ମାତା ଦୁର୍ଗା
ଅନୁସନ୍ଧାନରୁ ଜଣାପଡିଛି ଯେ ତମ୍ବାର ଏହି କଳଶକୁ ଏମିତି ଭାବରେ ଯୋଡା ଯାଇଛି ଯେ ତାହାକୁ କେହି ବି ଖୋଲି ପାରିବେ ନାହିଁ। ଆଉ ଏକ କଥା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବ ତାହା ହେଉଛି ଯେଉଁ କାନ୍ଥ ତଳେ ସେହି କଳସ ମିଳିଥିଲା ତାହା ଉପରେ ସମୁଦ୍ର ମନ୍ଥନର ନକ୍ସା ଥିଲା ଏବଂ ମହାଭାରତର ଆଦିପର୍ବର ବର୍ଣ୍ଣନା କରାଯାଇଥିଲା।
ଏମିତି ମାନ୍ୟତା ରହିଛି ଯେ ତମ୍ବାର ସେହି କଳସ ୧୦୦୦ ବର୍ଷ ପୁରୁଣ।, ଏହି ସମୟରେ ମାଲେସିୟା ସମ୍ପୂର୍ଣ୍ଣ ଭାବରେ ହିନ୍ଦୁ ରାଷ୍ଟ୍ର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଇଣ୍ଡୋନେସିଆରେ ମୁସଲମାନଙ୍କ ରାଜତ୍ୱ ଚାଲୁଥିଲା ସେତେବେଳେ ଏହି ମନ୍ଦରକୁ ଧ୍ୱସ୍ତ କରିଦିଆଗଲା। କୁହାଯାଉଛି ଯେ ସେତେବେଳେ ତମ୍ବାର ଅମୃତ କଳସକୁ ଏହି ମନ୍ଦିରରେ ଲୁଚାଇ ଦିଆଯାଇଥିଲା।