ରଣଥମ୍ବୋର୍‌ ନ୍ୟାସନାଲ ପାର୍କରୁ ନିଜର ୨ ଶାବକ ସହିତ ବାଘୁଣୀ ନୁର୍‌ ନିଖୋଜ! ଦୁଇ ସପ୍ତାହ ହେବ ମିଳୁନି କୌଣସି ପତ୍ତା; ଚିନ୍ତାରେ ବନ ବିଭାଗ

ରାଜସ୍ଥାନର ସବାଇମାଧୋପୁର ଜିଲ୍ଲାର ରଣଥମ୍ବୋର୍‌ ନ୍ୟାସନାଲ ପାର୍କରୁ ବାଘୁଣୀ ଟି-୩୯ (ନୁର୍‌) ନିଜର ୨ ଶାବକ ସହିତ କେଉଁଆଡ଼େ ନିଖୋଜ ହୋଇଯାଇଛି। ବନ ବିଭାଗ ଗତ ଦୁଇ ସପ୍ତାହ ହେବ ବାଘୁଣୀ ଓ ତା’ର ଶାବକଙ୍କୁ ଖୋଜୁଛି। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଖୋଜିବା ଅଭିଯାନ ସମୟରେ ଟ୍ରାକିଙ୍ଗ୍‌ କି କ୍ୟାମେରା ଟ୍ରାପ୍‌ରେ ମଧ୍ୟ ସେମାନେ ଦେଖାଯାଉ ନାହାନ୍ତି, ଯାହାଫଳରେ ବନ ବିଭାଗର ଚିନ୍ତା ବଢ଼ି ଯାଇଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ବାଘୁଣୀ ନୁର୍‌ର ବୟସ ୩୫ ବର୍ଷ। ବୟସାଧିକ ଥିଲେ ମଧ୍ୟ ସେ ଏହି ସମୟରେ ମା’ ହୋଇପାରିଥିଲା। କିନ୍ତୁ ନିଜ ଶାବକମାନଙ୍କୁ ସ୍ତନପାନ କରାଇ ପାରୁ ନ ଥିଲା। ଏମିତିରେ ନୁର୍‌ କିଛି ଦିନ ହେବ କେଉଁଠି ବି ନଜର ଆସୁନାହିଁ। ଏପରି କି, ତା’ ଶାବକଦ୍ୱୟ ମଧ୍ୟ କ୍ୟାମେରାରେ କଏଦ୍‌ ହେଉ ନାହାନ୍ତି। କହି ରଖୁଛୁ ଯେ ବାଘୁଣୀ ୧ ମାସ ତଳେ ଶାବକମାନଙ୍କୁ ଜନ୍ମ ଦେଇଥିଲା।

ସେପଟେ ବାଘୁଣୀ ଓ ତା’ର ୨ ଶାବକଙ୍କୁ ଖୋଜିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଛି। ପ୍ରତ୍ୟେକ ଟିମ୍‌ରେ ୫ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ପ୍ରଥମେ ବନ କର୍ମଚାରୀମାନେ ୧ ଓ ୬ ନମ୍ବର ଜୋନ୍‌ରେ ଖୋଜିବା ଅଭିଯାନ ଚଲାଇଥିଲେ। କିନ୍ତୁ ସେଠାରେ କୌଣସି ସଫଳତା ନ ମିଳିବାରୁ ବର୍ତ୍ତମାନ ପୂରା ଜଙ୍ଗଲ ସାରା ଖୋଜାଖୋଜି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.