ଆଜି ବିଶ୍ୱ ହେପାଟାଇଟିସ୍‌ ଡେ, ଚଳିତ ବର୍ଷର ଥିମ ରହିଛି ‘ମିସିଙ୍ଗ ମିଲିୟନ୍‌ସ’

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପାଳିତ ହେଉଛି ବିଶ୍ୱ ହେପାଟାଇଟିସ୍‌ ଡେ । ହେପାଟାଇଟିସ୍‌ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏହି ଦିନକୁ ପାଳନ କରାଯାଉଛି । ଯକୃତ ସଂପର୍କିତ ସମସ୍ତ ରୋଗ ହେପାଟାଇଟିସ୍‌ ପର୍ଯ୍ୟାୟରେ ଆସିଥାଏ । ଚଳିତ ବର୍ଷର ଥିମ ରହିଛି ‘ମିସିଙ୍ଗ ମିଲିୟନ୍‌ସ’ ।

ପ୍ରତିବର୍ଷ ହେପାଟାଇଟିସ୍‌ରେ ପ୍ରାୟ ୨୯ କୋଟି ଲୋକ ସଂକ୍ରମିତ ହେଉଛନ୍ତି । ତେବେ ଏହାର କୌଣସି ବିଧିବଦ୍ଧ ଚିକିତ୍ସା ନକରି କୋଟି କୋଟି ଲୋକ ଏଥିରେ ସଂକ୍ରମିତ ହୋଇ ଅନେକ ପ୍ରାଣ ହରାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱବାସୀଙ୍କୁ ଆହ୍ଵାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେପାଟାଇଟିସ୍‌ ଏ, ବି, ସି, ଡି ଓ ଇ ବର୍ଗରେ ରହିଛି । ତେବେ ହେପାଟାଇଟିସ୍‌ ବି ଓ ସି ଦ୍ୱାରା ଅନେକ ଜୀବନ ହରାଇଥାନ୍ତି । ବର୍ଷକୁ ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ଏଥିରେ ମୃତ୍ୟୁବରଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.