Below header

ଆଜି ଦେଶରେ ଗଡ଼ିବ ଡ୍ରାଇଭରବିହୀନ ମେଟ୍ରୋ ଟ୍ରେନ୍, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶରେ ଗଡ଼ିବ ଡ୍ରାଇଭରବିହୀନ ମେଟ୍ରୋ ଟ୍ରେନ। ଦେଶର ପୂର୍ଣ୍ଣ ସ୍ୱୟଂଚାଳିତ ଚାଳକବିହୀନ ମେଟ୍ରୋ ଟ୍ରେନ ସେବାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନରେ ୩୭କିମି ଚାଳକବିହୀନ ମେଟ୍ରୋ ସେବା ଆରମ୍ଭ ହେବ।

ନଏଡା ସେକ୍ଟର ୧୮ ବଟାନିକାଲ ଗାର୍ଡେନରୁ ଦିଲ୍ଲୀର ଜନକପୁରୀ ୱେଷ୍ଟ ପର୍ଯ୍ୟନ୍ତ ଏହି ମେଟ୍ରୋ ଯାତାୟତ କରିବ। ଏହାକୁ ଦିଲ୍ଲୀ ମେଟ୍ରୋର ଏକ ବଡ଼ଧରଣର ବୈଷୟିକ ଉପଲବ୍‌ଧି ବୋଲି କୁହାଯାଇଛି। ଗତ ତିନିବର୍ଷ ଧରି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ- DMRC ଚାଳକବିହୀନ ମେଟ୍ରୋ ଟ୍ରେନର ଟ୍ରାଏଲ ରନ ଚଳାଇଥିଲା। ୨୦୨୧ରେ ଦ୍ୱିତୀୟ ପର୍ଯ୍ୟାୟରେ ପିଙ୍କ ଲାଇନରେ ୫୭ କିମି ଦୂରତା ଅତିକ୍ରମ କରିବ ଚାଳକବିହୀନ ମେଟ୍ରୋ ଟ୍ରେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.