ଭାରତ ଓ ଆମେରିକା ଭିତରେ ହେଲା ୭୧ ହଜାର କୋଟି ଟଙ୍କାର ତୋପ କାରବାରର ଚୁକ୍ତି, ଟ୍ରମ୍ପ ପ୍ରଶାସନ ଦେଲା ମଞ୍ଜୁରୀ

ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତକୁ ୭୧ ହଜାର କୋଟି ତାଙ୍କର ଏମ କେ ୪୫ ତୋପ ବିକ୍ରି କରିବା ପ୍ରସ୍ତାବ ଉପରେ ମଞ୍ଜୁରୀ ଦେଇଛନ୍ତି । ଏହି ତୋପ ଗୁଡିକ ଆଗକୁ ଭାରତୀୟ ନୌସେନାର ଶକ୍ତିକୁ ବହୁ ଗୁଣ ବଢାଇବ ବୋଲି ଜଣାଯାଇଛି । ଏହି ତୋପର (ଏମକେ-୪୫) ର ବ୍ୟବହାର ଯୁଦ୍ଧପୋତ, ସମୁଦ୍ର ତଟବର୍ତ୍ତୀ ସ୍ଥାନ, ଶତ୍ରୁ ପକ୍ଷର ବିମାନ ଉପରେ ବମ ବର୍ଷେଇବା ପାଇଁ ହିଁ ବ୍ୟବହାର କରାଯାଇ ପାରିବ । ଏବାବଦରେ ସୁରକ୍ଷା ମନ୍ତ୍ରାଳୟ ତରଫରୁ ଏକ ଅଧିସୂଚନାରେ କୁହାଯାଇଛିକି ବିଏଇ ସିଷ୍ଟମ ଲେନ୍ଡ ଏଣ୍ଡ ଆର୍ମାମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ତୋପର ଯୋଗାଣ ଦ୍ୱାରା ଭାରତକୁ ତାର ଜଟିଳ ଶତ୍ରୁପକ୍ଷ ସହ ଲଢ଼ିବାକୁ ଶକ୍ତି ମିଳିଯିବ । ଏହା ଦ୍ଵାରା ଭାରତ ବିଶାଳ ସମୁଦ୍ର ମଧ୍ୟରେ ଶତ୍ରୁପକ୍ଷ ସହ ଲଢ଼ିବା ଓ ନିଜ ସୀମାବର୍ତ୍ତୀ ଅଞ୍ଚଳର ସୁରକ୍ଷା କ୍ଷେତ୍ରରେ ବେଶ ଶକ୍ତିଶାଳୀ ହୋଇପାରିବ ।

topa salam

ଏହା ସହ ପଢନ୍ତୁ: ଟ୍ୟାକ୍ସ ଫାଙ୍କିବାକୁ ଝରକା ବାଟେ ଫିଙ୍ଗିଦେଲେ ୫୦୦, ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ, ଦେଖନ୍ତୁ ଭିଡିଓ

କିନ୍ତୁ ମନ୍ତ୍ରାଳୟ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି ଏହା ଦ୍ୱାରା କ୍ଷେତ୍ରରେ ସୈନ ମୁତୟନରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ । ଅନ୍ୟପକ୍ଷରେ ଏହା ମଧ୍ୟ କୁହାଯାଉଛିକି ଟ୍ରମ୍ପ ପ୍ରଶାସନ ଏହି ପ୍ରସ୍ତାବରେ ହଁ ଭରିବାର ମାନେ ନୁହେଁ କି ଏହି ପ୍ରସ୍ତାବକୁ ଆଇନଗତ ମଞ୍ଜୁରୀ ମିଳିଯାଇଛି । ଏହା ଉପରେ ଆଇନର ମୋହର ଲାଗିବ ମଧ୍ୟ ନିହାତି ଜରୁରୀ ଅଟେ । ଏବେ ପର୍ଯ୍ୟନ୍ତ ଆମେରିକା ଏହି ଧରଣର ତୋପ ଗୁଡିକୁ ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ କୋରିଆ ପରି ରାଷ୍ଟ୍ର ମାନଙ୍କୁ ହିଁ ବିକ୍ରି କରିଆସୁଛି ଏହା ଥାଇଲାଣ୍ଡକୁ ବି ଉନ୍ନତ ସଂସ୍କରଣର ଅସ୍ତ୍ରଶସ୍ତ୍ର ମାନ ଯୋଗାଇଆସୁଛି । ଏହାବାଦ ଆମେରିକା ତାର ମିତ୍ର ରାଷ୍ଟ୍ର ଭବେ ଜଣା ଯାଉଥିବା ବ୍ରିଟେନ ଓ କାନାଡ଼ା ପରି ଦେଶ ମାନଙ୍କୁ ମଧ୍ୟ ନିଜ ତୋପ ଗୁଡିକୁ ଯୋଗାଇବା ପାଇଁ ଏକ ପ୍ରକାର ପ୍ରତିବଦ୍ଧ ଅଛି । ଯଦି ଭାରତର ଏହି ପ୍ରସ୍ତାବକୁ ଆମେରିକା ପ୍ରଶାସନ ତରଫରୁ ଆଇନ ଗତ ମଞ୍ଜୁରୀ ମିଳିଯାଏ ତେବେ ଭାରତୀୟ ନୌସେନାର କ୍ଷମତା ବହୁ ମାତ୍ରାରେ ବଢ଼ିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.