କରୋନା ସହ ଲଢ଼ୁଥିବା ଭାରତକୁ ସାହାଯ୍ୟର ହାତ ବଢ଼ାଇଲା ଟ୍ୱିଟର, ଦାନ କଲା ୧୧୦ କୋଟି

କରୋନା ସଂକଟ ଦେଇ ଗତି କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦେଶ ତଥା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଆଗକୁ ଆସୁଛନ୍ତି। ଏହି ତାଲିକାରେ ଏବେ ଟ୍ୱିଟର ବି ସାମିଲ ହୋଇଛି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଭାରତକୁ ୧୫ ମିଲିୟନ ଡଲାର ବା ପ୍ରାୟ ୧୧୦ କୋଟି ଟଙ୍କା ଦାନ କରିଛି।

ଟ୍ୱିଟରର ସିଇଓ ଜ୍ୟାକ ପେଟ୍ରିକ ଡୋର୍ସି ସୋମବାର ଟ୍ୱିଟ୍ କରି କହିଛନ୍ତି, ଏହି ଅର୍ଥ ରାଶି ୩ଟି NGO କେୟାର, ଏଡ ଇଣ୍ଡିଆ ଓ ସିବର ଇଣ୍ଟରନ୍ୟାସନାଲ ୟୁଏସଏକୁ ଦାନ କରାଯିବ। CARE କୁ USD ୧୦ ମିଲିୟନ, Aid India ଓ Sewa International USA କୁ ୨.୫ ମିଲିୟନ ଦିଆଯାଇଛି।

ଏହି ସାହାଯ୍ୟ ରାଶି ପାଇବା ପରେ ସେବା ଇଣ୍ଟରନ୍ୟାସନାଲର ଭାଇସ ଚାନ୍ସଲର ସନ୍ଦୀପ ଖଡ଼କେକର କହିଛନ୍ତି, ଏହି ସାହାଯ୍ୟ ପାଇଁ ଜ୍ୟାକ ଡୋରସିଙ୍କୁ ଧନ୍ୟବାଦ। ଭାରତରେ ଜାରି ରହିଥିବା ଦ୍ଵିତୀୟ ଲହରରେ ଏହା ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.