Below header

ବଦଳିବ ଟ୍ଵିଟର ନିୟମ : ୩ ଘଣ୍ଟାରେ ୩୦୦

ନୂଆଦିଲ୍ଲୀ : ଫେକ୍‌ ନ୍ୟୁଜ୍‌ ରୋକିବାକୁ ପ୍ରୟାସ ଟ୍ଵିଟର । ଏଥିପାଇଁ ବଦଳିବ ଟ୍ଵିଟର ନିୟମ । ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟର ନୂଆ ନୀତି ଅନୁଯାୟୀ ସୀମା ନିର୍ଦ୍ଧାରଣ ହେବ । ଜଣେ ୟୁଜର୍‌ ତିନି ଘଣ୍ଟାରେ ୩ ଶହ ଟ୍ଵିଟ୍‌ କିମ୍ବା ରିଟ୍ଵିଟ୍‌ କରି ପାରିବ । ୨୪ ଘଣ୍ଟା ଭିତରେ ମାତ୍ର ୧ ହଜାର ଲାଇକ୍‌ କରି ହେବ ଏବଂ ମାତ୍ର ୧୫୦୦ ଲୋକଙ୍କୁ ମେସେଜ୍‌ ପଠାଇ ହେବ । ସେହିପରି ୨୪ ଘଣ୍ଟାରେ ୧ ହଜାରରୁ ଅଧିକ ଫଲୋ କରି ହେବ ନାହିଁ । ଏହି ନିୟମ ଆସନ୍ତା ସେପଟେମ୍ବର ୧୦ ତାରିଖରୁ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.