Below header

ଛେଳିଙ୍କୁ ଗିରଫ କଲା ପୋଲିସ, ଏମାନଙ୍କ ଅପରାଧ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ ପୋଲିସ ଅପରାଧୀଙ୍କୁ ଗିରଫ କରିଥାଏ । କିନ୍ତୁ ତେଲେଙ୍ଗାନାରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଏଠାରେ ପୋଲିସ ଏକ ଅତ୍ୟନ୍ତ ଅଜବ ଘଟଣାରେ ଦୁଇଟି ଛେଳିଙ୍କୁ ଗିରଫ କରିଛି । ଯଦିଓ ପରେ ପୁଣିଥରେ ତାଙ୍କୁ ଛାଡି ଦିଆଯାଇଥିଲା ।

प्रतीकात्मक तस्वीर

ସୂଚନା ଅନୁଯାୟୀ ଛେଳି ମାନଙ୍କ ଉପରେ ଅଭିଯୋଗ ଥିଲା ଯେ ସେମାନେ ତେଲେଙ୍ଗାନା ସରକାରଙ୍କର ସବୁଜ ଅଭିଯାନରେ ‘ହରିତ ହାରମ’ ଦ୍ୱାରା ଲଗାଯାଇଥିବା ୯୮୦ଟି ଜଙ୍ଗଲୀ ବାଦାମ ଗଛ ମଧ୍ୟରୁ ୨୫୦ଟି ଗଛ ଖାଇଦେଇଥିଲେ । ଏହି ଗଛ ଗୁଡିକୁ ‘ ସେଭ ଦ ଟ୍ରି ‘ ନାମକ ଏକ ଏନଜିଓ କରୀମନଗରର ହୁଜୁରବେଦରେ ଲଗାଇଥିଲେ ।

ଏହାସହ ପଢନ୍ତୁ ଏମିତି ବି ଆସେ ମୃତ୍ୟୁ, ରାସ୍ତା କଡ ହୋର୍ଡିଂ ପଡି ଇଞ୍ଜିନିୟର ଯୁବତୀ ମୃତ

ଏହି ଘଟଣାକୁ ନେଇ ଏନଜିଓର କାର୍ଯ୍ୟକର୍ତ୍ତା କୟାସା ବିକ୍ରାନ୍ତ ଅନେକଥର ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୁଇ ଜଣ ଛେଳିଙ୍କୁ ଗିରଫ କରି ଥାନାରେ ଭର୍ତ୍ତି କରି ଦେଇଥିଲେ । ଏହାପରେ ଛେଳିର ମାଲିକଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲଗାଇ ଛେଳି ଦୁଇଟିକୁ ଛାଡି ଦେଇଥିଲେ । ଏହାସହିତ ପୋଲିସ ଛେଳି ମାଲିକଙ୍କୁ ନିଜ ଛେଳିକୁ ସହରର ନିରୋଳା ସ୍ଥାନରେ ଚରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ସେ ସବୁ ସମୟରେ ନିଜ ଛେଳି ଉପରେ ଧ୍ୟାନ ରଖିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.