ଦୁଇ ବିମାନ ଭିତରେ ଜୋର୍‌ଦାର ଧକ୍କା; ୨ ପାଇଲଟ୍‌ଙ୍କ ମୃତ୍ୟୁ…କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ

ବିଶ୍ୱର ବିଭିନ୍ନ ସ୍ଥାନରୁ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି। କିଛି ଦିନ ତଳେ ଆମେରିକାର ଏକ ବିମାନରେ ନିଅାଁ ଲାଗିଯିବାର ଖବର ସାମ୍ନାକୁ ଆସିଥିଲା। ସେହିପରି ଫ୍ରାନ୍ସର ଏକ ବିମାନ ରନ୍‌େଓ୍ଵରୁ ଖସି ହ୍ରଦ ଭିତରେ ଫସି ଯାଇଥିଲା। ଏବେ ଜର୍ମାନୀରୁ ମଧ୍ୟ ଏମିତି ହିଁ ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇ ବିମାନ ପରସ୍ପର ସହିତ ଭୟଙ୍କର ଭାବରେ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଉଭୟ ବିମାନର ପାଇଲଟ୍‌ଙ୍କର ଏଥିରେ ମୃତ୍ୟୁ ଘଟିଛି ଏବଂ ଦୁଇଟି ଯାକ ବିମାନ ଜଳି ଯାଇଛି।

ବାସ୍ତବରେ ଏହି ଘଟଣା ଜର୍ମାନୀର ଲେମ୍‌ନିଜ ଏୟାରଫିଲ୍ଡର ବୋଲି ଜଣାପଡ଼ିଛି। ଏକ ରିପୋର୍ଟ ମୁତାବକ, ଯେତେବେଳେ ଉଭୟ ବିମାନର ପାଇଲଟ୍‌ କୌଣସି ଖାସ୍‌ ପ୍ରକାରର ଟ୍ରେନିଂ ନେଉଥିଲେ, ସେହି ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଦୁଇ ପାଇଲଟ୍‌ ‘ମିରର୍‌ ଫ୍ଲାଇଟ୍‌’ ପାଇଁ ଟ୍ରେନିଂ ନେଉଥିଲେ। ଏହି ସମୟରେ ଉଭୟ ବିମାନ ପରସ୍ପରର ସମାନ୍ତରାଳରେ ଉଡ଼ାଣ ଭରୁଥିଲେ। ଏହାରି ଭିତରେ ହଠାତ୍‌ କିଛି ଘଟିଥିଲା, ଯାହାଫଳରେ କି, ଉଭୟ ବିମାନ ପରସ୍ପର ସହିତ ଧକ୍କା ହୋଇ ଯାଇଥିଲେ।

କୁହାଯାଉଛି କି, ଯେମିତି ହିଁ ଦୁଇ ବିମାନ ପରସ୍ପର ସହିତ ଧକ୍କା ହୋଇଥିଲେ, ତ ଉଭୟରେ ନିଅାଁ ଲାଗି ଯାଇଥିଲା ଏବଂ ବିମାନ ଦ୍ୱୟ ଆକାଶରୁ ଖସି ପଡ଼ିଥିଲେ। ଦୁର୍ଘଟଣାଗ୍ରସ୍ତ ହୋଇ ଭୂମି ଉପରେ ପଡ଼ିବା କ୍ଷଣି ଅଞ୍ଚଳରେ ଏକ ଭୟର ବାତାବରଣ ଖେଳି ଯାଇଥିଲା। ତାହାରି ଭିତରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, କିନ୍ତୁ ସେତେବେଳକୁ ୨ ପାଇଲଟ୍‌ଙ୍କର ମୃତ୍ୟୁ ହୋଇ ସାରିଥିଲା। ଦମକଳ ବିଭାଗର ଜଣେ ପ୍ରବକ୍ତା ଦୁର୍ଘଟଣା ପରେ ୨ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଥିଲେ।

ରିପୋର୍ଟ ମୁତାବକ, ଉଭୟ ପାଇଲଟ୍‌ ନିଜ ନିଜ ବିମାନ ସହିତ ଏରୋବେଟିକ୍ସରେ ସମାନ ପ୍ରକାରର ଟ୍ରେନିଂ ନେଉଥିଲେ। କିନ୍ତୁ ନିକଟତର ହେବା କ୍ଷଣି ବିମାନ ଦ୍ୱୟ ପରସ୍ପର ସହିତ ଧକ୍କା ହୋଇଥିଲେ। ଏହି ପୂରା ଦୁର୍ଘଟଣା ଶନିବାର ସନ୍ଧ୍ୟାର ବୋଲି କୁହାଯାଉଛି, ଯାହାର ଏକ ଭୟଙ୍କର ଭିଡିଓ ବି ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖାଯାଇ ପାରିବ ଯେ ଦୁଇ ବିମାନ ଆକାଶରେ କୌଶଳ ଦେଖାଉଛନ୍ତି, ସେହି ସମୟରେ ହଠାତ୍‌ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁର୍ଘଟଣା ପରେ ଉଭୟ ଫସି ଯାଉଛନ୍ତି ଏବଂ ଭୂମି ଉପରେ ଖସି ପଡ଼ୁଛନ୍ତି।

ନିକଟରେ ଆସାମର ଜୋରହାଟରେ ଟେକ୍‌-ଅଫ୍‌ କରିବା ବେଳେ ଇଣ୍ଡିଗୋର ଏକ ବିମାନ ରନ୍‌ୱେରୁ ଖସି ଯାଇଥିଲା। ଏଥିରେ କେହି ଯାତ୍ରୀ ଆହତ ହୋଇ ନ ଥିଲେ। ଏହି ବିମାନ ଜୋରହାଟରୁ କୋଲକାତା ପାଇଁ ଉଡ଼ାଣ ଭରି ଥାଆନ୍ତା। କିନ୍ତୁ ଏହା ପୂର୍ବରୁ ଏହି ଘଟଣା ଘଟିଥିଲା। କିଛି ସମୟ ପରେ ଅନ୍ୟ ଏକ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ପାଇଁ ଉଡ଼ାଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.