ବିଳମ୍ବିତ ରାତିରେ ଭୁଶୁଡିଲା ୨ ମହଲା କୋଠା : ୨ ମୃତ , ୫ ଗୁରୁତର

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଭିୱାଣ୍ଡି ଅଞ୍ଚଳରେ ଏକ ଦୁଇମହଲା କୋଠା ଭୁଶୁଡି ପଡିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହେବା ସହ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ରହିଛନ୍ତି।

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଭିୱାଣ୍ଡି ଅଞ୍ଚଳରେ ଏକ ଦୁଇମହଲା କୋଠା ଭୁଶୁଡି ପଡିବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହେବା ସହ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ରହିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ଭିବଣ୍ଡି ମହାନଗରପାଳିକା ଦରଗାହା ରୋଡରେ ଥିବା ଘର ନମ୍ବର ୪୪୧ । ରାତି ୧୨ଟାରେ ହଠାତ୍ ଏହା ଭୁଶୁଡିପଡିଲା । ଏଥିରେ ଥିବା ଲୋକଙ୍କର ଚିକ୍ରାର ଶୁଣି ଆଖପାଖ ଲୋକଙ୍କ ନିଦ ଭାଙ୍ଗିଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଫାୟାର ବ୍ରିଗେଡକୁ ଫୋନ୍ କରି ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଆସିବା ବେଳେକୁ ମାଟିତଳେ ପୁରା ପରିବାର ଅର୍ଥାତ ୭ଜଣ ସଦସ୍ୟ ଦବିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇ ଯାଇଥିବାବେଳେ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.