Below header

ଡିସେମ୍ବର ୧୮ରୁ ନେଟ୍ ପରୀକ୍ଷା, ନଭେମ୍ବର ୧୯ରେ ଆଡମିଟ୍ କାର୍ଡ଼

ନୂଆଦିଲ୍ଲୀ : ଏବେ ବିଶ୍ବବିଦ୍ୟାଳୟ ଗ୍ରାଣ୍ଟ କମିଶନ୍ (ୟୁଜିସି) ବା ନେଟ୍ ପରୀକ୍ଷା ଆଉ ଦିନିକିଆ ନୁହେଁ, ୫ ଦିନିଆ ହେବ । ଏହି ସୂଚନା ଦେଇଛି ନେସନାଲ ଟେଷ୍ଟିଂ ଏଜେନସୀ (ଏନଟିଏ) । ଆସନ୍ତା ଡିସେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ସକାଳ ୯.୩୦ରୁ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଦିନ ୨.୩୦ରୁ ଆରମ୍ଭ ହେବ । ପରୀକ୍ଷାର ଗୋଟିଏ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ ପ୍ରବେଶ ବନ୍ଦ କରି ଦିଆଯିବ । ନେଟ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ନଭେମ୍ବର ୧୯ ତାରିଖରେ ୱେବସାଇଟରେ ଜାରି କରାଯିବ । ଆଡମିଟ କାର୍ଡ଼ ଡାଉନଲୋଡରେ କିଛି ସମସ୍ୟା ଦେଖାଦେଲେ ନଭେମ୍ବର ୧୯ରୁ ୨୫ ତାରିଖ ମଧ୍ୟରେ ଏନଟିଏ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।  ପରୀକ୍ଷାର ମକ୍ ଟେଷ୍ଟ ପାଇଁ ଏକ ଆପ୍ ମଧ୍ୟ କରାଯାଇଛି । ଦେଶର ୨୬୧ଟି ସହର ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନେ ପରୀକ୍ଷା ଦେବେ ।

ଏନଟିଏ ସହ ଯୋଗାଯୋଗର ଠିକଣା ହେଲା :

C-20 1A/8 ,Sector 62
IITK Outreach Centre,
NOIDA-201309

Email Address

[email protected][email protected][email protected]

Phone Numbers

0120-3946612, 7703859909

Official Website : https://ntanet.nic.in/ntanetcms/public/home.aspx

Phone Number : 8076535482

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.