ଯୁଦ୍ଧ ପରେ ୟୁକ୍ରେନର ଡ୍ୟାମ୍ ନଷ୍ଟ ହେବାରୁ ପ୍ରଳୟଙ୍କାରୀ ବନ୍ୟା, ଖାଦ୍ୟଶସ୍ୟ ଉତ୍ପାଦନରେ ଅଭାବ ଦେଖାଦେବ
ୟୁକ୍ରେନର କାଖୋବକା ଡ୍ୟାମକୁ ନଷ୍ଟ କରିଦେଇଛି ରୁଷ । ଫଳରେ ୟୁକ୍ରେନ ବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ୟୁକ୍ରେନରେ ବନ୍ୟା ଯୋଗୁଁ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭାବ ଦେଖାଦେବ ବୋଲି ମହାସଚିବ ମାର୍ଟିନ ଗ୍ରିଫିଥ୍ସ କହିଛନ୍ତି ।

ବିଗତ ଦେଢ ବର୍ଷ ହେଲାଣି ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଲାଗି ରହିଛି । ୟୁକ୍ରେନର କାଖୋବକା ଡ୍ୟାମକୁ ନଷ୍ଟ କରିଦେଇଛି ରୁଷ । ଫଳରେ ୟୁକ୍ରେନ ବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଡ୍ୟାମ୍ ବିସ୍ଫୋରଣ ଯୋଗୁଁ ବନ୍ୟାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୬୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଏହାକୁ ନେଇ କାଖୋବକା ଡ୍ୟାମ୍ ଭାଙ୍ଗିବା ଯୋଗୁଁ ୟୁକ୍ରେନରେ ମାନବୀୟ ସ୍ଥିତି ପୂର୍ବ ତୁଳନାରେ ବହୁତ ଗମ୍ଭୀର ରହିଛି ବୋଲି ମହାସଚିବ ମାର୍ଟିନ ଗ୍ରିଫିଥ୍ସ କହିଛନ୍ତି । ସେ କହିଛନ୍ତି , ପାଖାପାଖି ୭ ଲକ୍ଷ ଲୋକଙ୍କୁ ପିଇବା ପାଣି ଜରୁରୀ । ୟୁକ୍ରେନରେ ବନ୍ୟା ଯୋଗୁଁ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭାବ ଦେଖାଦେବ ।
ବିସ୍ଫୋରଣରେ ନଷ୍ଟ କରାଯାଇଥିବା ଡ୍ୟାମ୍ରୁ ଖାଦ୍ୟଶସ୍ୟ ଉତ୍ପାଦନ ସମୟରେ ପାଣିର ବ୍ୟବହାର କରାଯାଉଥଲା । ଡ୍ୟାମ ନଷ୍ଟ ହେବା ଯୋଗୁଁ ଏହାର ପାଣି ସ୍ଥାନୀୟ ଅଞ୍ଚଳର ୧୨ରୁ ଅଧିକ ସହର, ବସ୍ତି, ଗାଁରେ ପଶିଛି । ୬୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେଉଁ ବନ୍ଧ ଭାଙ୍ଗିଛି, ତାହା ଏକ ପରମାଣୁ ପ୍ଲାଣ୍ଟ୍ ପାଖରେ ରହିଛି। ତେଣୁ ବନ୍ୟାରେ ବିପର୍ଯ୍ୟୟ ସହିତ ଆଟୋମିକ୍ ରାଡିଏସନ ବ୍ୟାପିବାର ମଧ୍ୟ ଆଶଙ୍କା ଦେଖାଦେଇଛି। ବନ୍ଧ ଭାଙ୍ଗିବା ପରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ୟୁକ୍ରେନର ତଳିଆ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଫଳରେ ସ୍ଥାନୀୟ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ୁଛି।