Below header

ଉମେଶ ପାଲ୍‌ ହତ୍ୟା: ମାଫିଆ ଅତିକ୍‌ ଅହମ୍ମଦ ସମସ୍ତ ସୁଟରଙ୍କୁ ଦେଇଥିଲେ କୋଡ୍‌ ନାମ, ଜାଣନ୍ତୁ କାହାକୁ କେଉଁ ନାଁ ଦିଆଯାଇଥିଲା

ଉମେଶ ପାଲ ହତ୍ୟା ମାମଲାରେ ଏବେ ଏକ ନୂଆ ଖୁଲାସା ହୋଇଛି। ମାଫିଆ ଅତିକ୍‌ ଅହମ୍ମଦ ସାବରମତି ଜେଲରେ ଥିବା ସମୟରେ ପୁଅ ଅସଦ, ଭାଇ ଅଶରଫ୍‌ ଏବଂ ଉମେଶ ପାଲଙ୍କ ହତ୍ୟାରେ ସମ୍ପୃକ୍ତ ସମସ୍ତ ସୁଟରଙ୍କୁ ଭିନ୍ନ ଭିନ୍ନ ନାମ ଦେଇଥିଲେ।

ଉମେଶ ପାଲ ହତ୍ୟା ମାମଲାରେ ଏବେ ଏକ ନୂଆ ଖୁଲାସା ହୋଇଛି। ମାଫିଆ ଅତିକ୍‌ ଅହମ୍ମଦ ସାବରମତି ଜେଲରେ ଥିବା ସମୟରେ ପୁଅ ଅସଦ, ଭାଇ ଅଶରଫ୍‌ ଏବଂ ଉମେଶ ପାଲଙ୍କ ହତ୍ୟାରେ ସମ୍ପୃକ୍ତ ସମସ୍ତ ସୁଟରଙ୍କୁ ଭିନ୍ନ ଭିନ୍ନ ନାମ ଦେଇଥିଲେ। ସମସ୍ତ ଅଭିଯୁକ୍ତ କୋଡ୍ ନାମରେ ଆଇଡି ତିଆରି କରି ଫେସ୍ ଟାଇମ୍‌ରେ କଥା ହେଉଥିଲେ।

ସମସ୍ତ ଅଭିଯୁକ୍ତ ଆଇଫୋନ୍ ସାହାଯ୍ୟରେ ଫେସ୍ ଟାଇମ୍‌ରେ କୋଡ୍ ନାମ ବ୍ୟବହାର କରି ପରସ୍ପର ସହିତ ଲଗାତାର ଯୋଗାଯୋଗରେ ଥିଲେ।

ଉମେଶ ପାଲଙ୍କ ହତ୍ୟାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଆଇଫୋନ୍ ଦିଆଯାଇଥିଲା। ଉମେଶଙ୍କ ପଡ଼ିଶାରେ ରହୁଥିବା ଅଟୋ ଡ୍ରାଇଭର ନିୟାଜଙ୍କୁ ମଧ୍ୟ ଉମେଶ ପାଲ୍‌ଙ୍କ ଉପରେ ନଜର ରଖିବାର ଦାୟିତ୍ୱ ଦିଆଯାଇଥିଲା। ଏଥି ପାଇଁ ତାଙ୍କୁ ବି ଏକ ଆଇଫୋନ୍ ମିଳିଥିଲା। କହି ରଖୁଛୁ, ଉମେଶଙ୍କ ପଡ଼ୋଶୀ ନିୟାଜ ହିଁ ସମସ୍ତ ସୁଟରଙ୍କୁ ଉମେଶ ପାଲଙ୍କ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା।

ଅତିକ୍‌ ଅହମ୍ମଦ ସମସ୍ତଙ୍କୁ ଦେଇଥିବା କୋଡ୍ ନାମ

BADE-006: ଫେସ୍‌ ଟାଇମ୍‌ରେ ଏହି କୋଡ୍‌ ନାମ ଅତିକ୍‌ ଅହମ୍ମଦଙ୍କର ଥିଲା।

CHOTE-007: ଏହି କୋଡ୍ ନାମ ଅଶ୍‌ରଫଙ୍କର ଥିଲା।

Ansh_yadav00: ଏହି କୋଡ୍ ନାମ ଅତିକ୍‌ଙ୍କ ପୁଅ ଅସଦଙ୍କର ଥିଲା।

Thakur008: ଏହି କୋଡ୍ ନାମ ଗୁଡ୍ଡୁ ମୁସଲିମଙ୍କର।

XYZZ1122: ଏହି କୋଡ୍ ନାମ ନୟାଜଙ୍କର ଥିଲା, ଯିଏ ଉମେଶ ପାଲଙ୍କ ବିଷୟରେ ସୂଚନା ଦେଉଥିଲେ।

Bihar Tower: ଏହି କୋଡ୍ ନାମ ସୁଟର ଅରମାନଙ୍କର ଥିଲା।

Advo010: ଏହି କୋଡ୍ ନାମ ଅତିକ୍‌ଙ୍କ ଓକିଲ ଖାନ ସୌଲତ ହନିଫଙ୍କର ଥିଲା।

Patle-009: ଏହି କୋଡ୍ ନାମ ଜେଲରେ ଥିବା ଅତିକ୍‌ଙ୍କ ପୁଅ ଅଲିଙ୍କର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.