ବାହାଘର ପାଇଁ ଭୋଜି ଚାଲିଥିବା ବେଳେ ରସମ କଡେଇରେ ପଡି ଯୁବକ ମୃତ

ରସମ କଡେଇରେ ପଡି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ । ତାମିଲନାଡୁରେ ବିବାହ କାର୍ଯ୍ୟକ୍ରମରେ ରସମ ତିଆରି ଚାଲିଥିବା ବେଳେ ଛାତ୍ର ଜଣକ ସେଥିରେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାମିଲନାଡୁରେ ହୃଦୟ ବିଦାରଣ ଘଟଣା ଘଟିଛି । ଜଣେ ଛାତ୍ର ରସମ କଡେଇରେ ପଡି ମୃତ୍ୟୁବରଣ କରିଛନ୍ତି । ୨୧ ବର୍ଷୀୟ ଛାତ୍ର ଜଣକ କ୍ୟାଟରିଂ ଗ୍ରୁପରେ ପାର୍ଟ ଟାଇମ କାମ କରୁଥିଲେ । ଏକ ବିବାହ କାର୍ଯ୍ୟକ୍ରମରେ ରସମ ତିଆରି କରାଯାଉଥିଲା । ରସମ ଫୁଟୁଥିବା ବେଳେ ପିଲାଟି ସେଥିରେ ପଡିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ଯାଞ୍ଚ କରୁଛି । ପିଲାଟି ରସମ କଡେଇରେ ପଡି ଗମ୍ଭୀର ଭାବେ ସିଝି ଯାଇଥିଲା । ଆଉ ହସପିଟାଲରେ ମୃତ୍ୟୁବରଣ କରିଥିଲା ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଛତିଶଗଡର ଅମ୍ବିକାପୁରରେ ବିବାହ ସମୟରେ ଭାତ ରାନ୍ଧିବା ପାଇଁ ପାଣି ଫୁଟୁଥିବା ବେଳେ ଜଣେ ବ୍ୟକ୍ତି ସେଥିରେ ପଡି ମୃତ୍ୟୁବରଣ କରିଥିଲେ । ଝିଅ ବିଦା ସମୟରେ ରୋଷେଇ ହେଉଥିବା ସମୟରେ ଏହି ଘଟଣା ଘଟିଥିଲା । ଫୁଟୁଥିବା ପାଣିରେ ପଡିଥିବା ବ୍ୟକ୍ତିକୁ ତୁରନ୍ତ ଲୋକ ବାହାର କରିଥିଲେ । ହେଲେ ସେତେବେଳକୁ ତାଙ୍କର ଦେହ ସଂପୂର୍ଣ୍ଣ ଭାବେ ପୋଡି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.