ହାଇଦ୍ରାବାଦରେ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ିଲା, ଜଣେ ଇଞ୍ଜିନିୟରଙ୍କ ସହ ୭ ଶ୍ରମିକ ଆହତ

ହାଇଦ୍ରାବାଦରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଇଞ୍ଜିନିୟରଙ୍କ ସହ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ହାଇଦ୍ରାବାଦରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଇଞ୍ଜିନିୟରଙ୍କ ସହ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ସାଗର ରିଙ୍ଗ୍‌ ରୋଡ୍‌ରେ ଥିବା ଟ୍ରାଫିକ୍‌ ଛକରେ ଘଟିଛି। ଏଠାରେ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ କରାଯାଉଛି।

ପୋଲିସ ସୂଚନା ମୁତାବକ, ଯେତେବେଳେ ଶ୍ରମିକମାନେ ଖମ୍ବଗୁଡ଼ିକ ଉପରେ ସ୍ଲାବ୍‌ ବିଛାଉଥିଲେ, ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ଇଞ୍ଜିନିୟରଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆହତମାନେ ଉତ୍ତର ପ୍ରଦେଶ ଏବଂ ବିହାରର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଏସିପି କହିଛନ୍ତି, ଫ୍ଲାଏଓଭର କାମ ଏବେ ବି ଚାଲିଛି। ତେଣୁ ଖରାପ ଗୁଣାବତ୍ତା ପାଇଁ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ।

ସ୍ଥାନୀୟ ବିଧାୟକ ସୁଧୀର ରେଡ୍ଡୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ସେପଟେ ବିରୋଧୀ ନେତାମାନେ ଖରାପ ଗୁଣାବତ୍ତା ଏବଂ ଦାୟିତ୍ୱହୀନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.