ବଜେଟ ୨୦୨୩: ଗ୍ରାମାଞ୍ଚଳରେ ହେବ କୃଷି ଷ୍ଟାର୍ଟଅପ୍‌, ଯୁବବର୍ଗଙ୍କୁ କୃଷି ପାଇଁ ଆକୃଷ୍ଟ କରାଯିବ

ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ୨୦୨୩କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେବା ପରେ ସଂସଦ ଭବନରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଲୋକସଭାରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବର୍ଷ ୯ ରାଜ୍ୟରେ ନିର୍ବାଚନ ଏବଂ ଆସନ୍ତାବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତ କରିଛନ୍ତି ଅର୍ଥମନ୍ତ୍ରୀ।

ବଜେଟରେ ଭିତ୍ତିଭୂମି ଓ କୃଷିକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ଟିକସ୍‌ ସ୍ଲାବରେ ପରିବର୍ତ୍ତନ କରାଯାଇଛି। ଏବର୍ଷର ବଜେଟକୁ ଅମୃତ କାଳର ପ୍ରଥମ ବଜେଟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଆହ୍ଵାନ ସତ୍ତ୍ୱେ ଦେଶର ଅର୍ଥନୀତି ଠିକ ଦିଗରେ ଗତି କରୁଛି। ଉଜ୍ୱଳ ଭବିଷ୍ୟତ ଆଡ଼କୁ ଅର୍ଥନୀତି ମୁହାଁଇଥିବା କହିଛନ୍ତି ନିର୍ମଳା ସୀତାରମଣ। ସମାବେଶୀ ବିକାଶକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି।

କରୋନା ଯୋଗୁଁ ବିଶ୍ୱ ଅର୍ଥନୀତିର ଗତି କମିଛି ।
ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ରେ ପହଞ୍ଚିଛି ।
୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି ।
ସାରାଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡରେ କାମ କରୁଛି ।
ଆଉ ବର୍ଷେ ଯାଏଁ ମାଗଣା ଅନ୍ନ ଯୋଜନା।
ମାଗଣା ରାସନ ପାଇଁ ୨ ଲକ୍ଷ କୋଟିରୁ ଅଧିକ ବଜେଟ ।
୨୮ ମାସ ଯାଏଁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ।
ପିଏମ ସୁରକ୍ଷା ଯୋଜନାରେ ଲାଭ ପାଉଛନ୍ତି ୪୪ କୋଟି ।
୪୭.୮ କୋଟି ଲୋକଙ୍କ ପାଖରେ ଜନଧନ ଆକାଉଣ୍ଟ ।
ଇନପୁଟ କ୍ରେଡିଟ୍‌ ବୀମା ସୁବିଧା କରାଯିବ ।
ଗ୍ରାମାଞ୍ଚଳରେ ହେବ କୃଷି ଷ୍ଟାର୍ଟଅପ୍‌ ।
ଯୁବବର୍ଗଙ୍କୁ କୃଷି ପାଇଁ ଆକୃଷ୍ଟ କରାଯିବ ।