Below header

ବଜେଟ୍‌-୨୦୨୩: ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହେଲା ବଜେଟ ଅଧିଵେଶନ। ଚଳିତ ବର୍ଷର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ତେଣୁ ଏହି ବଜେଟ୍‌ରେ ସବୁ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରାଯିବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ଲାଲ୍‌ ରଙ୍ଗର ‘ବହିଖାତା’ ଧରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ଠିଆ ହୋଇଥିଲେ।

୨୦୨୩-୨୪ ବଜେଟ୍‌ ଅଭିଭାଷଣ ପ୍ରଦାନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ୍‌ରାଓ କରାଡ଼, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ପଦସ୍ଥ ଅଧିକାରୀମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଫେରିବା ପରେ ସଂସଦରେ କ୍ୟାବିନେଟ୍‌ ବୈଠକ ବସିଛି ।

– ଅମୃତ କାଳର ଏହା ପ୍ରଥମ ବଜେଟ
– ୨୦୨୩ ଆର୍ଥିକ ବର୍ଷର GDP ୭% ଆକଳନ କରାଯାଇଛି
-ସମସ୍ତ ଅନ୍ତୋଦୟ ପରିବାରକୁ ମାଗଣା ଖାଦ୍ୟ
-କୋଭିଡ ବିଶ୍ୱ ଅର୍ଥନୀତି ଧିମା ଥିବାବେଳେ ଭାରତର ଅର୍ଥନୀତି ବଢ଼ିଛି
-ମହାମାରୀ ସମୟରେ କେହି କେହି କ୍ଷୁଧାରେ ନରହିବା ଆମେ ନିଶ୍ଚିତ କରିଥିଲୁ
-୨୦୨୩ ବଜେଟ ମହିଳା ସଶକ୍ତିକରଣକୁ ଲକ୍ଷ୍ୟ ରଖିଛି
– ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି ।
– ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା ।
– କରୋନା ସତ୍ତ୍ୱେ ମଧ୍ୟ ସଠିକ ରାସ୍ତାରେ ରହିଛି ଭାରତୀୟ ଅର୍ଥବ୍ୟବସ୍ଥା ।
– ଭାରତର ଚ୍ୟାଲେଞ୍ଜର ସାମ୍ନା କରିଛି, ଅନ୍ୟଙ୍କୁ ସହଯୋଗର ହାତ ବଢାଇଛି ।
– କରୋନା କାଳରେ ୮୦ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଦିଆଯାଇଛି ।
– ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି ।
– ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି ।
– ୯.୬ କୋଟି ଏଲ୍‌ପିଜି କନେକ୍ସନ ଦିଆଯାଇଛି।
– ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲାଯାଇଛି ।
– ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ ହେଉଛି
– ପନିପରିବା ଚାଷ ପାଇଁ ବଜେଟରେ ୨୨୦୦ କୋଟି ଘୋଷଣା
-ମାଗଣା ଚାଉଳ ଯୋଗାଇ ଦେବା ପାଇଁ ୨ ଲକ୍ଷ କୋଟିର ଘୋଷଣା
-୫୪ ହଜାର କୋଟି ମହିଳା ଚାଷୀଙ୍କୁ ମିଳିଛି
-କୃଷି ଷ୍ଟାର୍ଟଅପ୍ ଖୋଲିବାକୁ ଏଏଏଫ୍ ଗଠନ ହେବ ।
– ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ଦୁଇଗୁଣା ବଢିଛି ।
– ପ୍ରତି ବ୍ୟକ୍ତିଙ୍କ ଆୟ ୧.୯୭ ଲକ୍ଷରେ ପହଞ୍ଚିଛି ।
– ଡିଜିଟାଲ ନେଣଦେଣରେ ଭାରତ ରେକର୍ଡ କରିଛି
– ଜି-୨୦ର ଅଧ୍ୟକ୍ଷତା କରିବା ଭାରତର ସବୁଠୁ ବଡ ଉପଲବ୍ଧି
– ମହିଳାଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରାଯାଇଛି ।
– ଜନଧନ ଯୋଜନାରେ ୪୭.୮ କୋଟି ଆକାଉଣ୍ଟ ଖୋଲାଯାଇଛି ।
– ବଜେଟ ଜରିଆରେ ଆଗାମୀ ୧୦୦ ବର୍ଷର ରୂପରେଖ ପ୍ରସ୍ତୁତ କରାଯାଉଛି ।
– ପିପିପି ମୋଡରେ ପର୍ଯ୍ୟଟନକୁ ଫୋକସ ।
– ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’
– ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ
-ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ
-ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା
-ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ
– ୫୦ଟି ନୂଆ ଏୟାରପୋର୍ଟ ହେବ, ହେଲି ପୋର୍ଟ ପ୍ରତିଷ୍ଠା କରାଯିବ
-KYC ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ
– ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି
– 5G ବ୍ୟବହାର କରିବାକୁ ଡେଭେଲପିଂ ଆପ ପାଇଁ ୧୦୦ ଲ୍ୟାବ ପ୍ରତିଷ୍ଠ ହେବ
– ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା ହେଲା
-ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍ଫ୍ରା ଫଣ୍ଡର ଘୋଷଣା ହେଲା
– ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା ହୋଇଛି
– ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ
– କୃଷି ପାଇଁ ଏଗ୍ରିକଲଚର ଆକ୍ସିଲରେସନ୍‌ ଫଣ୍ଡ ଗଠନ ହେବ
– ୧୪ କୋଟି ଲୋକଙ୍କ ପାଇଁ ଜନଧନ ଆକାଉଣ୍ଟ
– ଗ୍ରୀନ ଏନର୍ଜୀକୁ ପ୍ରୋତ୍ସାହନ ସରକାରଙ୍କ ଅଗ୍ରାଧିକାର
– ଏଗ୍ରିକଲଚର କ୍ରେଡିଟ୍‌ ପାଇଁ ୨୦ ଲକ୍ଷ କୋଟିର ଟାର୍ଗେଟ
– ଶିଶୁ ଓ ପ୍ରାପ୍ତ ବୟସ୍କଙ୍କ ପାଇଁ ଜାତୀୟ ଡିଜିଟାଲ ପାଠାଗାର ଗଠନ ହେବ
– ମତ୍ସ୍ୟ ସଂପଦ ପାଇଁ ୬,୦୦୦ କୋଟି
– ୧୫୭ଟି ନୂଆ ନର୍ସିଂ କଲେଜ ସ୍ଥାପନା ହେବ
– ୨୦୨୪ ଆର୍ଥିକ ବର୍ଷରେ ପିଏମ ଆବାସ ବ୍ୟୟ ଅଟକଳ ୬୬% ବୃଦ୍ଧି ହେବ
-୭୯ ହଜାର କୋଟିକୁ ବୃଦ୍ଧି ହେବ ପିଏମ ଆବାସ ବ୍ୟୟବରାଦ
-୨୦୨୪ ଆର୍ଥିକ ବର୍ଷରେ ଜିଡିପିର ୩% ପୁଞ୍ଜି ନିବେଶ ହେବ
-୨୦୨୪ ଆର୍ଥିକ ବର୍ଷରେ ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ବ୍ୟୟବରାଦ
-ନିର୍ବାଚନମୁହାଁ କର୍ଣ୍ଣାଟକରେ ଜଳସେଚନ ପାଇଁ ୫,୩୦୦ କୋଟିର କେନ୍ଦ୍ରୀୟ ସହାୟତ
-ଚାଷୀଙ୍କୁ ମିଳିବ ଡିଜିଟାଲ ଟ୍ରେନିଂ
-ସବୁ ସହର ପାଇଁ ୧୦୦ ପ୍ରତିଶତ ମେକାନିକାଲ ଡ୍ରେନେଜ ଲକ୍ଷ୍ୟ
-ଶେଷ ୧୦୦ ମାଇଲ ରେଳବାଇ ପ୍ରକଳ୍ପ ପାଇଁ ୭୯,୦୦୦ କୋଟି
-ଜାତୀୟ ହାଇଡ୍ରୋଜେନ ମିଶନ ପାଇଁ ୧୯,୭୦୦ କୋଟି ବ୍ୟୟବରାଦ
-ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦କୋଟି
-ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ୧୦,୦୦୦ କୋଟି
-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ
-୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ
-ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍
-ସବୁଜ ବିକାଶ ପାଇଁ ବଜେଟରେ ଫୋକସ
-ବର୍ଜ୍ୟରୁ ସଂପଦ ପାଇଁ ୫୦୦ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ
-ଗୋବର୍ଦ୍ଧନ ଯୋଜନାରେ ୫୦୦ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ
-ପ୍ରାକୃତିକ କୃଷି ପାଇଁ ୧ କୋଟି କୃଷକଙ୍କୁ ସହାୟତା ମିଳିବ
-୩୦ଟି ସ୍କିଲ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ର ଗଠନ ହେବ
-୪୭ ଲକ୍ଷ ଯୁବବର୍ଗଙ୍କୁ ଷ୍ଟାଇପେଣ୍ଟ ପ୍ରଦାନ କରାଯିବ
-ଏମଏସଏମଇରେ ସୁଧାର ପାଇଁ ୨୦୨୩ ଏପ୍ରିଲ ୧ରୁ କ୍ରେଡିଟ ଗ୍ୟାରେଣ୍ଟି
-ବଢିବ ନିଯୁକ୍ତି ସୁଯୋଗ ।
-ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ
-ଏମଏସଏମଇ କ୍ରେଡିଟ୍‌ ପାଇଁ ୯,୦୦୦ କୋଟି ନିବେଶ ହେବ
-ବରିଷ୍ଠ ନାଗରିକଙ୍କ ପାଇଁ ସର୍ବାଧିକ ଜମା ସୀମା ୩୦ ଲକ୍ଷକୁ ବୃଦ୍ଧି
-୨୦୨୩ରେ ବିତ୍ତୀୟ ନିଅଣ୍ଟ ୬.୪ ପ୍ରତିଶତ ହେବ
-୨୦୨୪ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୯ ପ୍ରତିଶତ ହେବ
-ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର
-ସ୍ବଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା
-୨ ବର୍ଷ ପାଇଁ ଝିଅ, ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ
-ମଝିରୁ ଉଠାଣ ବ୍ୟବସ୍ଥା ରହିବ, ସୁଧ ହାର ୭.୫%
-ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୫.୯% ରହିବା ଆକଳନ
-୨୦୨୫ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୯%କୁ ଆଣିବା ଆକଳନ

-ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ
-ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ, ଶସ୍ତା ହେବ
-ମେରାଇନ୍ ପ୍ରଡ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା
-ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ ଜାରି ରହିବ
-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ
-ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ
-୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%
-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.