ଭାରତରୁ ନୂଆ ଉଡାଣ ଆରମ୍ଭ କରିବ United Airlines, ଡିସେମ୍ବରରେ ଦିଲ୍ଲୀରୁ ଶିକାଗୋ ପାଇଁ ଭରିବ ଉଡାଣ

ଆମେରିକୀୟ ବିମାନ ସେବା କମ୍ପାନୀ United Airlines ବେଙ୍ଗାଲୁରୁ ଓ ଦିଲ୍ଲୀରୁ ଆମେରିକା ଅଭିମୁଖେ ନୂଆ ଉଡାଣ ଆରମ୍ଭ କରିବ। ଏୟାରଲାଇନ ପକ୍ଷରୁ କୁହାଯାଇଛି, ଏହା ଚଳିତବର୍ଷ ଡିସେମ୍ବରରେ ଦିଲ୍ଲୀରୁ ସିକାଗୋ ପାଇଁ ଦୈନିକ ଉଡାଣ ଆରମ୍ଭ କରିବ।

ଏହାଛଡା ଆସନ୍ତା ବର୍ଷ ବେଙ୍ଗାଲୁରୁରୁ ସେନଫ୍ରାନ୍ସିସ୍କୋ ପାଇଁ ଦୈନିକ ଉଡାଣ ଆରମ୍ଭ କରିବ। ଏହା ବେଙ୍ଗାଲୁରୁରୁ ଆମେରିକା ପାଇଁ ପ୍ରଥମ ନନ-ଷ୍ଟପ ଉଡାଣ ହେବ। ଡିସେମ୍ବରରେ ଦିଲ୍ଲୀରୁ ସିକାଗୋ ଏବଂ ବେଙ୍ଗାଲୁରୁରୁ ସେନଫ୍ରାନ୍ସିସ୍କୋ ପାଇଁ ଦୈନିକ ଉଡାଣ ଆରମ୍ଭ କରିବ।

v

ତେବେ United Airlinesର ଦିଲ୍ଲୀ ଏବଂ ମୁମ୍ବାଇରୁ ନ୍ୟୁୱର୍କ ତଥା ଦିଲ୍ଲୀରୁ ସେନଫ୍ରାନ୍ସିସ୍କୋର ସେବା ପୂର୍ବରୁ ହିଁ ଅଛି। ନୂଆ ଉଡାଣ ଆରମ୍ଭ ହେବା ପରେ ଏହା ଭାରତ ଏବଂ ଆମେରିକା ମଧ୍ୟରେ ସବୁଠାରୁ ଅଧିକ ନନ-ଷ୍ଟପ ସେବା ଯୋଗାଉଥିବା ଆମେରିକୀୟ ଏୟାରଲାଇନ ହେବ।

United Airlinesର ଅନ୍ତରାଷ୍ଟ୍ରୀୟ ବିପଣନ ପ୍ରବନ୍ଧ ନିର୍ଦ୍ଦେଶକ ମାର୍ସେଲ ଫୁଚ କହିଛନ୍ତି, ବେଙ୍ଗାଲୁରୁ ଓ ସେନଫ୍ରାନ୍ସିସ୍କୋ ବିଶ୍ୱର ଦୁଇଟି ବଡ଼ ସୂଚନା ପ୍ରୋଦ୍ୟୋଗିକ କେନ୍ଦ୍ର। ଦୁଇ ସହର ମଧ୍ୟରେ ସିଧା ବିମାନ ସେବା ଆରମ୍ଭ ହେବା ଦ୍ୱାରା କାରବାର ପାଇଁ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବହୁତ ସହଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.