ଏଲିୟନଙ୍କ ବିଷୟରେ ତଥ୍ୟ ଲୁଚାଉଛି ଆମେରିକା ! ସଂସଦରେ ଦାବି କଲେ ପୂର୍ବତନ ସେନା ଅଧିକାରୀ

ଆମେରିକା ପାଖରେ ଏଲିୟନ ବିଷୟରେ ତଥ୍ୟ ରହିଛି । ଯାହାକୁ ସରକାର ଲୁଚାଉଛନ୍ତି ବୋଲି ଆମେରିକା ସେନାର ତିନି ଜଣ ପୂର୍ବତନ ସେନା ଅଧିକାରୀ ସଂସଦରେ ଦାବି କରିଛନ୍ତି । ଆଉ ଏହାକୁ ନେଇ ଜାତୀୟ ସୁରକ୍ଷା ପ୍ରଶ୍ନ ଉଠିଛି ।

ଆମେରିକା ପାଖରେ ଏଲିୟନ ଥିବା ଦାବି କରିଛନ୍ତି ଆମେରିକା ସେନାର ତିନି ଜଣ ପୂର୍ବତନ ସେନା ଅଧିକାରୀ । ଆଉ ଆମେରିକା ସରକାର ଏହାକୁ ଲୁଚାଇଛନ୍ତି । ସେନା ଅଧିକାରୀମାନେ ସଂସଦରେ ଏ କଥା କହିଛନ୍ତି । ଆମେରିକାରେ ଅନେକ ସମୟରେ ସାଧାରଣ ଲୋକ ଏମିତିକି ବାୟୁସେନା ପାଇଲଟ୍‌ ମଧ୍ୟ ୟୁଏଫ୍‌ଓ ଦେଖିଥିବାର ଦାବି କରିଛନ୍ତି । ଆକାଶରେ ଉଡ଼ିବା ଅବସ୍ଥାରେ ଏହି ରହସ୍ୟମୟ ଯାନ ସମ୍ପର୍କରେ ଅନେକ ଚର୍ଚ୍ଚା ହୋଇ ଆସୁଛି । ତେବେ ଏହାକୁ ନେଇ ଜାତୀୟ ସୁରକ୍ଷା ପ୍ରଶ୍ନ ଉଠିଛି ।

ପ୍ରକୃତରେ ସରକାର ଏ ସମ୍ପର୍କରେ ସ୍ପଷ୍ଟ କରି ଲୋକଙ୍କ ଭିତରେ ଥବା ସନ୍ଦେହକୁ ଦୂର କରନ୍ତୁ ବୋଲି ଏହି ଅବସରପ୍ରାପ୍ତ ସେନା ଅଧିକାରୀମାନେ କହିଛନ୍ତି । ଏମାନେ ନିଜ ଚାକିରି କାଳରେ କିଛି ନା କିଛି ରହସ୍ୟମୟ ଘଟଣା ଦେଖିଛନ୍ତି । ଗତକାଲି ଆମେରିକା ସଂସଦରେ ୟୁଏଫ୍‌ଓ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଏହି ସେନା ଅଧିକାରୀମାନେ ନିଜର ବୟାନ ରଖିଥିଲେ । ଏଥିରେ ପୂର୍ବତନ ନୌସନା ପାଇଲଟ୍‌ ରେୟାନ ଗ୍ରେସ୍‌ କହିଥିଲେ କି, ଯଦି ଏହା କୌଣସି ବିଦେଶୀ ଡ୍ରୋନ୍‌ କିମ୍ବା ରହସ୍ୟମୟ ଯାନ ତେବେ ଦେଶର ସୁରକ୍ଷା ପ୍ରତି ବିପଦ ରହିଛି । ଆଉ ଯଦି ଏହା ଅନ୍ୟ କିଛି ତେବେ ବୈଜ୍ଞାନିକମାନେ ତା ଉପରେ ତୁରନ୍ତ ଅନୁସନ୍ଧାନ କରିବା ଉଚିତ । ତେଣୁ ସରକାର ଏ ସମ୍ପର୍କରେ ସ୍ପଷ୍ଟ କରିବା ଦରକାର ।

ଘଟଣାକୁ ସବୁଠୁ ଅଧିକ ଜୋର ଦେଉଥିବା ଡେଭିଡ୍‌ ଗ୍ରୁସ୍‌ କହିଥିଲେ, ସେ ଦୁର୍ଘଟଣାଗ୍ରସ୍ତ ଏକ ରହସ୍ୟମୟ ଯାନକୁ ଦେଖିଥିଲେ କିନ୍ତୁ ସେଥିରୁ କୌଣସି ଏଲିୟନ୍‌ର ସନ୍ଧାନ କିମ୍ବା କାହାର ଶରୀର ମିଳିନଥିଲା । ଆମେରିକାରେ ଏହା ପୂର୍ବରୁ ମଧ୍ୟ ରହସ୍ୟମୟ ଯାନ ଉଡ଼ିବାର ଦେଖା ଯାଇଛି । ଆମେରିକା ପାଖରେ ଏଭଳି ରହସ୍ୟମୟ ଯାନ ଏବଂ ଅନ୍ୟ ଗ୍ରହର ଜୀବ ଏଲିୟନ୍‌ ମଧ୍ୟ ରହିଛନ୍ତି ବୋଲି ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି । ତେବେ ଏହା କେତେ ସତ ତାହା ବୈଜ୍ଞାନିକମାନେ ରିସର୍ଚ୍ଚ କଲେ ଜଣାପଡିବ । ଆଉ ଏଲିୟନକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.