Below header

ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (SAI) ରେ ଚାକିରି ସୁଯୋଗ, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ

ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (SAI) ରେ ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୨୪ ଅଗଷ୍ଟ ରହିଛି ।

ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (SAI) ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏଠାରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁସାରେ SAI ରେ ୟଙ୍ଗ ପ୍ରଫେସନାଲ ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବାର ତାରିଖ ୨୫ ଜୁଲାଇ ୨୦୨୩ ରହିଥିବା ବେଳେ ଶେଷ ତାରିଖ ୨୪ ଅଗଷ୍ଟ ରହିଛି ।

ପଦବୀ ବିବରଣୀ : ୧୩

ଜେନେରୋଲ ମ୍ୟାନେଜମେଣ୍ଟ : ୧୧

ଲ :୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୪ ଅଗଷ୍ଟ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧିତ ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୩୨ ବର୍ଷ ଧାର୍ଯ୍ୟ କରାଯାଇଛି ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ଆଧାରରେ ହେବ ।

କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ  ୱେବସାଇଟ sportsauthorityofindia.nic.in କୁ ଯାଇ ଆବେଦନ କରନ୍ତୁ

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://sportsauthorityofindia.nic.in/sai/public/assets/jobs/1690003909_Advt-YP(Gen.).pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.