Below header

ମୃତ୍ୟୁକୁ ଜିତି ଫେରିଲେ ବାଇଡେନ, ସ୍କିନ କ୍ୟାନ୍ସରର ସଫଳତାପୂର୍ବକ କରାଗଲା ସର୍ଜରୀ

ଭୟଙ୍କର ରୋଗରୁ ମୁକ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଛାତିରେ ଥିବା କ୍ୟାନସର କ୍ଷତକୁ ସଫଳତାପୂର୍ବକ ସର୍ଜରୀ କରାଯାଇଛି । ସେ ଏବେ ସଂପୂର୍ଣ୍ଣ ସୁସ୍ଥ ବୋଲି ହ୍ଵାଇଟ ହାଉସ ଡାକ୍ତର କେଭିନ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ଛାତିରୁ ସଫଳତାପୂର୍ବକ ସ୍କିନ କ୍ୟାନ୍ସରର କ୍ଷତକୁ ସର୍ଜରୀ କରି ହଟାଇ ଦିଆଯାଇଛି । ଏବେ ତାଙ୍କ ଉପରେ କୌଣସି ବିପଦ ନାହିଁ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର କେଭିନ ଓ କନର । ବେସଲ ସେଲ କାର୍ସିନୋ ନାମକ ଏହି କ୍ଷତ ଆଗକୁ ମହାବିପଦ ହୋଇପାରିଥାନ୍ତା ।

ରିପୋର୍ଟ ମୁତାବକ, ହ୍ଵାଇଟ ହାଉସର ଡାକ୍ତର କେଭିନ କହିଛନ୍ତି ଯେ, ଶୁକ୍ରବାର ଅର୍ଥାତ୍‌ ୩ ମାର୍ଚ୍ଚରେ ବାଇଡେନଙ୍କ ସଂପର୍କରେ ସୂଚନା ଦେଇଥିଲେ । ଫେବୃଆରୀ ୧୬ ତାରିଖରେ ରାଷ୍ଟ୍ରପତିଙ୍କୁ ଶରୀରରୁ ସମସ୍ତ କ୍ୟାନ୍ସରଯୁକ୍ତ ଟିସୁକୁ ହଟାଇ ଦିଆଯାଇଛି । ସ୍କିନ କ୍ୟାନ୍ସରର ବାଇଡେନଙ୍କ ଛାତିରେ ରହିଥିଲା । ବେସଲ କୋଶିକାଗୁଡିକ କ୍ୟାନ୍ସରର ଚିକିତ୍ସା ଅପେକ୍ଷା ସହଜ ଅଟେ । ଯଦି ଏହା ଉଚିତ୍ ସମୟରେ ଚିହ୍ନଟ ହୋଇଯାଏ ଠିକ ହେବା ପାଇଁ ଖୁବ କମ୍‌ ସମୟ ଲାଗିଥାଏ । ତେବେ ଏହି କ୍ୟାନ୍ସର ଅନ୍ୟ କ୍ୟାନ୍ସର ଭଳି ବ୍ୟାପି ନଥାଏ । କିନ୍ତୁ ଅକାରରେ ବୃଦ୍ଧି ପାଇବା ଯୋଗୁଁ ଏଗୁଡିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥାଏ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଛାତିରୁ ମଧ୍ୟ ଏହି କ୍ୟାନ୍ସରକୁ ହଟାଇ ଦିଆଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି । ତେବେ ରାଷ୍ଟ୍ରପତି ଏବେ ସଂପୂର୍ଣ୍ଣ ଫିଟ୍‌ ରହିଛନ୍ତି ।

ହ୍ଵାଇଟ ହାଉସ ଡାକ୍ତର ସାର୍ବଜନିକ ଭାବେ ଏକ ରିପୋର୍ଟରେ କହିଛନ୍ତି, ରେଗୁଲାର ଯାଞ୍ଚ ସମୟରେ ବେସଲ ସେଲ କାର୍ସିନୋ ବିଷୟରେ ସୂଚନା ମିଳିଥିଲା । ଏହା ମନ୍ଥର ଗତିରେ ବଢୁଥିବା କ୍ୟାନ୍ସର, ଯାହା ସାଧାରଣତଃ ଚର୍ମର ପୃଷ୍ଠ ପର୍ଯ୍ୟନ୍ତ ସୀମିତ ରହିଥାଏ । ତେବେ ଉଚିତ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଭୟାନକ ରୂପ ନେଇପାରେ । ତେଣୁ ବାଇଡେନଙ୍କ ଦେହରେ ବଢୁଥିବା ଏହି ରୋଗ ମଧ୍ୟ ସଠିକ ସମୟରେ ଚିହ୍ନଟ ହୋଇଥିବାରୁ ତାଙ୍କର ସର୍ଜରୀ କରାଯାଇଥିଲା । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି ।

ତେବେ ରାଷ୍ଟ୍ରପତି ବାଇଡେନଙ୍କ ଉପରେ କଡ଼ା ନଜର ରଖାଯାଇଛି । ତେବେ ରାଷ୍ଟ୍ରପତିଙ୍କୁ ଭବିଷ୍ୟତରେ ଏହି ରୋଗ ପାଇଁ କୌଣସି ପ୍ରକାରର ଉପଚାର ଦରକାର ପଡିବନି ବୋଲି ଡାକ୍ତର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.