ନୋଏଡ଼ାରେ ମାସେ ଯାଏଁ ଲାଗୁ ହେଲା ୧୪୪ ଧାରା, ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜନସମାଗମ ମନା

ଉତ୍ତର ପ୍ରଦେଶର ନୋଏଡ଼ାରେ ଅକ୍ଟୋବର ୩୧ ଯାଏଁ ଲାଗୁ ହେଲା ୧୪୪ ଧାରା। ଗୌତମବୁଦ୍ଧ ନଗରରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ ଯାଏଁ ୧୪୪ ଧାରା ଜାରି କରାଯାଇଛି। ଏନେଇ ସୂଚନା ଦେବା ଅବସରରେ କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି, ଅକ୍ଟୋବର ମାସରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପଡ଼ୁଛି। ଏଣୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନୋଏଡ଼ାରେ ମାସେ ପାଇଁ ୧୪୪ ଧାରା ଲାଗୁ କରାଯାଇଛି।

ଅକ୍ଟୋବର ୨ରେ ଗାନ୍ଧି ଜୟନ୍ତୀ, ୭ରେ ମହାରାଜା ଅଗ୍ରସେନ ଜୟନ୍ତୀ ଏବଂ ଶାରଦୀୟ ନବରାତ୍ରି, ୧୩ରେ ମହାଷ୍ଟମୀ, ୧୪ରେ ମହାନବମୀ, ୧୫ରେ ବିଜୟା ଦଶମୀ, ୧୯ରେ ଇଦ ଏ ମିଲାଦ, ୨୦ରେ ମହର୍ଷି ବାଲ୍ମୀକି ଜୟନ୍ତୀ ଓ ୨୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଜୟନ୍ତୀ ପାଳିତ ହେବ।

ଏ ଅବସରରେ ଜନ ସମାଗମ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅଧିକ ଲୋକ ଏକାଠି ହେଲେ କରୋନା ସଂକ୍ରମଣ ବଢ଼ିବ। ଏଣୁ ଅସାମାଜିକ ତତ୍ତ୍ୱ ଶାନ୍ତି ଭଙ୍ଗ କରିବା ପୂର୍ବରୁ ହିଁ ନୋଏଡ଼ାରେ ୧୪୪ ଧାରା ଲାଗୁ କରାଯାଇଛି। ଏ ଅବସରରେ କେହି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.