ବର୍ଷିଆନ ଗାୟିକା ବାଣୀ ଜୟରାମଙ୍କ ପରଲୋକ: ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ୟୁଜ୍(ବ୍ୟୁରୋ): ବର୍ଷିଆନ ଗାୟିକା ବାଣୀ ଜୟରାମଙ୍କ ପରଲୋକ। ଚେନ୍ନାଇ ନୁଙ୍ଗମ୍‌ବକ୍କମସ୍ଥିତ ବାସଭବନରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଥାଉଜେଣ୍ଡ ଲାଇଟ୍‌ସ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ପାଇଁ ନାଁ ଘୋଷଣା କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ବାଣୀ ଜୟରାମଙ୍କ ହଠାତ ବିୟୋଗ ସଙ୍ଗୀତ ଜଗତକୁ ସ୍ତବ୍‌ଧ କରିଛି। କ୍ୟାରିଅରରେ ସେ ୧୯ଟି ଭାଷାରେ ୧୦ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି।

ଏକ ଶାସ୍ତ୍ରୀୟ ସଙ୍ଗୀତକାର ପରିବାରରେ ଜନ୍ମଗ୍ରହଣ କରିଥିବା ବାଣୀ ଜୟରାମ ୧୯୭୧ ମସିହାରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ କଣ୍ଠଦାନ କରିଥିଲେ। ନ୍ୟାସନାଲ ଫିଲ୍ମ ପୁରସ୍କାର ସହ ରାଜ୍ୟ ସରକାରଙ୍କ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ଓଡ଼ିଆ ସିନେମାରେ ମଧ୍ୟ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ। ଶେଷ ଶ୍ରାବଣ, ବନ୍ଧୁ ମହାନ୍ତି, ରାମାୟଣ ସିନେମାରେ କଣ୍ଠଦାନ କରି ଶ୍ରୋତାଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ଅର୍ଜନ କରିପାରିଥିଲେ।…