ଏହି ଦେଶରେ ପେଟ୍ରୋଲ ଦାମ୍‌ ଶୁଣିଲେ ଆପଣଙ୍କର ଉଡ଼ିଯିବ ହୋସ୍‌, ପାଣିର ମୂଲ୍ୟ ଠାରୁ ବି କମ୍

ଏହି ଦେଶରେ ପେଟ୍ରୋଲର ଦାମ୍‌ ବହୁତ କମ୍‌ । ଭେନେଜୁଏଲାରେ ବିଶ୍ୱର ମୋଟ ଅଶୋଧିତ ତୈଳର ୧୮.୨% ଅଂଶ ରହିଛି । ଏହି କାରଣରୁ ଏଠାରେ ପେଟ୍ରୋଲର ମୂଲ୍ୟ ବହୁତ କମ୍ ରହିଛି । ଏଠାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ୧ଟଙ୍କା ୬୭ ପଇସା ଯାହା ଏକ ଲିଟର ପାଣିର ମୂଲ୍ୟ ଠାରୁ ବି କମ୍ ।

ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠି ଦର୍‌ଦାମ୍‌ ଅଧିକ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ଜିନିଷ ସବୁକିଛିର ଦାମ୍‌ ରହିଛି ଅଧିକ । କିନ୍ତୁ ପେଟ୍ରୋଲର ଦାମ୍‌ ଯେତେ ରହିଛି ତାହା ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଦେଶରେ ଯେତେ ଶସ୍ତାରେ ପେଟ୍ରୋଲ ମିଳିଥାଏ ତାହା କୌଣସି ଜିନିଷ ମିଳିନଥାଏ । ଦକ୍ଷିଣ ଆମେରିକାର ବେନେଜୁଏଲା ନାମକ ସହର ନାଁରେ ସବୁଠି ବେଶ୍‌ ଜଣାଶୁଣା । ଏଠାରେ ଖାଦ୍ୟ ପାଇଁ ଲୋକେ ବହୁତ ସଂଘର୍ଷ କରିଥାଆନ୍ତି ।

ସୁଚନା ମୁତାବିକ୍‌ , ଦିନେ ଏହି ଦେଶ ଦୁନିଆର ସବୁଠାରୁ ଧନୀ ଦେଶମାନଙ୍କ ମଧ୍ୟରେ ଥିଲା, କିନ୍ତୁ ଆଜି ଏହାର ପରିଚୟ ଏହାକୁ ବିଶ୍ୱର ମୁଦ୍ରାସ୍ଫୀତି ସର୍ବାଧିକ ଦେଶ ଭାବେ ସ୍ୱୀକୃତି ଦିଆଯାଉଛି । ଯେଉଁଠାରେ ମୁଦ୍ରାସ୍ଫୀତି ସର୍ବାଧିକ । ଏଠାରେ ଖାଦ୍ୟ ସାମଗ୍ରୀ ଏତେ ମହଙ୍ଗା ହୋଇଛି ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଭୋକିଲା ଶୋଇବାକୁ ପଡିଥାଏ । ଆଉ ଏପରି ପରିସ୍ଥିତି ସୃଷ୍ଟି ହେଉଛି ଯେ ଲୋକମାନେ ଏଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେଉଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗରିବ ଲୋକମାନେ ନିଜ ଭୋକ ପାଇଁ ଅଳିଆଗଦାରେ ପକାଯାଇଥିବା ଖାଦ୍ୟକୁ ଖାଇ ବଞ୍ଚୁଛନ୍ତି । ୱାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ, ଏଠାରେ ମୁଦ୍ରାସ୍ଫୀତି ହାର ୩୧୮% ।

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଦେଶରେ ପେଟ୍ରାଲର ଦାମ୍‌ ବହୁତ କମ୍‌ । ଭେନେଜୁଏଲାରେ ବିଶ୍ୱର ମୋଟ ଅଶୋଧିତ ତୈଳର ୧୮.୨% ଅଂଶ ରହିଛି । ଏହି କାରଣରୁ ଏଠାରେ ପେଟ୍ରୋଲର ମୂଲ୍ୟ ବହୁତ କମ୍ ରହିଛି । ଏଠାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ୧ଟଙ୍କା ୬୭ ପଇସା ଯାହା ଏକ ଲିଟର ପାଣିର ମୂଲ୍ୟ ଠାରୁ ବି କମ୍ । ଏପରି ସ୍ଥିତିରେ ଆପଣଙ୍କୁ ୧୦ ଲିଟର ଟାଙ୍କି ଫୁଲ୍ କରିବାକୁ ହେଲେ ମାତ୍ର ୧୬ ଟଙ୍କା ୭ ପଇସା ଦେବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.