Below header

ଭୋଟ ଗଣତି ପରେ ହୋଇପାରିବନି ବିଜୟ ଯାତ୍ରା : ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭୋଟ ଗଣତି ପରେ ହୋଇପାରିବନି ବିଜୟ ଯାତ୍ରା। ଫଳାଫଳ ଆସିବା ପରେ କୌଣସି ରାଜନୈତିକ ଦଳ ଉତ୍ସବ ବନାଇ ପାରିବେନି । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ପାଖରେ କେବଳ ଦୁଇଜଣ ବ୍ୟକ୍ତି ରହିପାରିବେ । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।

ଦେଶରେ କରୋନାର ଭୟାବହ ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଥିଲେ ମାଡ୍ରାସ ହାଇକୋର୍ଟ। ନିର୍ବାଚନ କମିସନଙ୍କୁ ଭର୍ତ୍ସନା କରିବା ସହ ନିର୍ବାଚନ ରାଲି ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ସ୍ଥିତି ଧାରଣ କରିଛି ବୋଲି କହିଥିଲେ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ । ନିର୍ବାଚନ କମିସନ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲେ ମଧ୍ୟ ଏହା ଭୁଲ ହେବ ନାହିଁ ବୋଲି ସେ କହିଥିଲେ। କରୋନା ସଂକ୍ରମଣ ଥିବା ବେଳେ ନିର୍ବାଚନ ରାଲିକୁ ଅନୁମତି ଦେବା କମିସନଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା। ଏହାପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.