ରାସ୍ତା ଉପରେ ସ୍ୱାମୀ କାଟି ଚାଲିଥିଲେ ସ୍ତ୍ରୀର ଗଳା, ସାମ୍ନାରେ ଥିବା ଲୋକମାନେ ବନାଇ ଚାଲିଥିଲେ ଭିଡିଓ

ୟୁପିର ଲାଖିମପୁର ଖେରୀ ଜିଲ୍ଲାର ପାଲିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ରାସ୍ତା କଡ଼ରେ ଗଳା କାଟି ହତ୍ୟା କରିଛନ୍ତି । ତେବେ ସ୍ୱାମୀ ନିଜ ସ୍ତ୍ରୀକୁ ରାସ୍ତାରେ ଗାଳିଗୁଲଜ କରି ହତ୍ୟା କରିବା ସମୟରେ ଘଟଣାସ୍ଥଳରେ ଥିବା ଲୋକମାନେ ତାଙ୍କର ଭିଡିଓ କରୁଥିବା ଭଳି ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ।

पति सरेआम काटता रहा पत्नी का गला, भीड़ बनाती रही मौत का वीडियो

ସୂଚନା ଅନୁଯାୟୀ ୟୁପିର ପିଲିଭୀତ ଜିଲ୍ଲାର ରଣଜିତ୍ କୁମାର ତାଙ୍କ ପତ୍ନୀଙ୍କୁ ନେବା ପାଇଁ ଖେରୀ ଜିଲ୍ଲା ସାଲିମାବାଦ ଗ୍ରାମକୁ ଆସିଥିଲେ ଯେଉଁଠାରେ ତାଙ୍କ ପତ୍ନୀ ତାଙ୍କ ସହ ଯିବାକୁ ମନା କରିଦେଇଥିଲେ । ତେବେ ପତ୍ନୀ ଯିବାକୁ ରାଜି ନହେବାରୁ ସେ ଜୋର ଜବରଦସ୍ତି ତାଙ୍କୁ ସେଠାରୁ ନେଇ ଆସିଥିଲେ, ଏବଂ ରାସ୍ତାରେ ଆସୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ଶେଷରେ ରଂଜିତ ରାଗିଯାଇ ପ୍ରଥମେ ନିଜ ସ୍ତ୍ରୀକୁ ଗୁଳି ମାରିଦେଇଥିଲେ ଆଉ ତାପରେ ନିଜ କୋଳରେ ଧରି ଏକ ଚାଖୁ ସାହାଯ୍ୟରେ ତାଙ୍କ ଗଳା କାଟିବାରେ ଲାଗିଥିଲେ ।

पति सरेआम काटता रहा पत्नी का गला, भीड़ बनाती रही मौत का वीडियो

ମିଳିଥିବା ସୂଚନା ଅନୁଯାୟୀ ଯେତେବଳେ ରଞ୍ଜିତ ନିଜ ପତ୍ନୀ ମଞ୍ଜୁଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ହତ୍ୟା କରିବା ପାଇଁ ଗଳା କାଟିବା ଆରମ୍ଭ କରୁଥିଲେ ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଅଟକାଇବା ପରିବର୍ତ୍ତେ ତାଙ୍କର ଭିଡିଓ କରି ଚାଲିଥିଲେ । ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ନିଜ ପତ୍ନୀଙ୍କ ଗଳା କାଟିବା ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ଏବଂ ଭିଡିଓ କରି ଭାଇରଲ ମଧ୍ୟ କଲେ କିନ୍ତୁ ଥରୁଟିଏ ବି କେହି ମହିଳାଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିନଥିଲେ ।

पति सरेआम काटता रहा पत्नी का गला, भीड़ बनाती रही मौत का वीडियो

କୁହାଯାଉଛି ଯେ ଯୁବକ ଜଣକ ତାଙ୍କ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ସେ ସନ୍ଦେହ କରିଥିଲେ ଯେ ତାଙ୍କ ପତ୍ନୀ ଗାଁରେ ରହୁଥିବା ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି ଯେଉଁଥିପାଇଁ ସେ ପ୍ରଥମେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିଲେ । ତା’ପରେ ତାଙ୍କ ଗଳା କାଟି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ତେବେ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଏସପି ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.