Below header

ଏ କିଛି ସଂକେତ ନୁହେଁ ତ ? ରଥଯାତ୍ରାର ଦୁଇ ଦିନ ପରେ କାହିଁକି ଜଳିଗଲେ ତିନି ଦିଅଁ ..

ନବରଙ୍ଗପୁର: ରଥଯାତ୍ରାର ଦୁଇ ଦିନ ପରେ ନବରଙ୍ଗପୁରରେ ଅଘଟଣ । ଜଳିଗଲା ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆ ଗ୍ରାମର ଜଗନ୍ନାଥ ମନ୍ଦିରରେ ଘଟିଛି ଏହି ଅଘଟଣ । ଆଜି ସକାଳୁ ଜଗନ୍ନାଥ ମନ୍ଦିର ଭିତରୁ ହୁତୁ ହୁତୁ ନିଆଁ ବାହାରୁ ଥିବାର ଦେଖି ଗ୍ରାମବାସୀ ମନ୍ଦିର ପୂଜାରୀଙ୍କ ପରିବାରକୁ ଖବର ଦେଇଥିଲେ । ମନ୍ଦିର ପୂଜାକଙ୍କ ମାଁ ମନ୍ଦିର ଖୋଲି ଦେଖିବା ସମୟରେ ମନ୍ଦିର ଭିତରେ ଥିବା ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ତିନି ଦିଅଁ ଙ୍କ ମୂର୍ତି ରେ ନିଆଁ ଲାଗୀ ମୂର୍ତ୍ତି ଜଳି ପୋଡି ଯାଉଛନ୍ତି । ଗ୍ରାମବାସୀ ସଙ୍ଗେ ସଙ୍ଗେ ନିଆଁ ଲିଭାଇ ଥିଲେ ସତ କିନ୍ତୁ ସେତେବେଳକୁ ତିନି ପ୍ରଭୁଙ୍କ ବସ୍ତ୍ର ସମ୍ପୂର୍ଣ୍ଣ ପୋଡି ଯାଇଥିଲା ।

ତେବେ ପୂଜା ପରେ ଦ୍ବୀପର ନିଆଁ ଦିଅଁଙ୍କ ବସ୍ତ୍ରରେ ଲାଗି ଏଭଳି ଅଘଟଣ ଘଟିଥାଇପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି । ରଥଯାତ୍ରା ସମୟରେ ଏଭଳି ତିନି ଦିଅଙ୍କ ମୂର୍ତ୍ତିରେ ନିଆଁ ଲାଗିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅଞ୍ଚଳବାସୀ । ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇଉଠିଛନ୍ତି ସେମାନେ । କୋରନା ଭଳି ସଙ୍କଟ ସମୟରେ ଆଦିବାସୀ ଅଞ୍ଚଳରେ ଏହି ଅଧିଷ୍ଠିତ ଦେବତାଙ୍କ ଦେହରେ ନିଆଁ ଲାଗିବା ଆଗକୁ କୌଣସି ଏକ ବିପଦର ସଂକେତ ଦେଉଥିବା ଅଞ୍ଚଳ ବାସୀ ଆଶଙ୍କା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.