ଓଃ ପାଠପଢା ଭାରି ବିରକ୍ତ ! ସ୍କୁଲ ଯିବାକୁ ନେଇ ଚିଡିଯାଇ ପିଲାଟି କହିଲା ଏମିତି କଥା, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଏକ ଛୋଟପିଲା ସକାଳ ୬ଟା ରୁ ଉଠି ସ୍କୁଲ ଯିବାକୁ ନେଇ ବିରକ୍ତ ହୋଇ ଶିକ୍ଷା ବ୍ୟବସ୍ଥାକୁ ବଦଳାଇବା ପାଇଁ ନିବେଦନ କରିଛନ୍ତି ଏବଂ ଏପରି ସିଷ୍ଟମ ତିଆରି କରିଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି । ଏହି ଭିଡିଓକୁ ଜଣେ ପୋଲିସ ଅଫିସର ଟ୍ୱିଟରରେ ସେୟାର କରିବା ସହ ଲେଖିଛନ୍ତି “ଏହି ଦୁନିଆରେ ସ୍କୁଲ ଆରମ୍ଭ କରିଥିବା ବ୍ୟକ୍ତି ବର୍ତ୍ତମାନ ବିପଦରେ କାରଣ ଏହି ବାଳିକା ତାଙ୍କୁ ଖୋଜୁଛନ୍ତି” ।

ଯେତେବେଳ ପିଲାଟିକୁ ପଚରାଯାଇଥିଲା ଯେ ଏଥିପାଇଁ ଦାୟୀ ଲୋକକୁ ପାଇଲେ ତୁମେ କଣ କରିବ । ଉତ୍ତରରେ ଛୁଆଟି ରାଗିଯାଇ କହିଥିଲା “ମେଁ ଉସେ ଧୋ କର ପାନୀ ମେଁ ଡାଲକର ଇସ୍ତ୍ରୀ କର ଲୁଙ୍ଗି” । ଏହାପରେ ଯେତେବେଳେ ଛୁଆଟିକୁ ପଚରାଯାଇଥିଲା ଯେ ନରେନ୍ଦ୍ର ମୋଦିଙ୍କୁ କଣ କହିବା ପାଇଁ ଚାଁହୁଛ । ଏହି ପ୍ରଶ୍ନରେ ପିଲାଟି ଉତ୍ତର ଦେଇଥିଲା “ମୋଦିଜୀ କୋ ଏକ ବାର ହରାନା ପଡେଗା” ଯାହା ଶୁଣି ସମସ୍ତେ ହସିବାକୁ ଲାଗିଲେ ।

ଏହାସହ ପଢନ୍ତୁ ଟ୍ରେନର ତାର ଉପରେ ଚଢି ଦୁଃସାହସିକ ଭାବେ ଯୁବକ କରୁଥିଲେ ଏଭଳି କାମ, ଦେଖନ୍ତୁ ଭିଡିଓ

ପିଲାଟି ଏହା ମଧ୍ୟ କହିଛି ଯେ ଭଗବାନ ଶିକ୍ଷା ପ୍ରଣାଳୀକୁ ଏତେ କଷ୍ଟକର କାହିଁକି ବନାଇଛନ୍ତି ? ଭଗବାନ ସାରା ଦୁନିଆକୁ ଏତେ ଭଲଭାବରେ ତିଆରି କରିଛନ୍ତି ତାହେଲେ ଏହି ପାଠ ପଢା ପ୍ରଣାଳୀକୁ ଏତେ ଖରାପ ଭାବେ କଣ ପାଇଁ ପ୍ରସ୍ତୁତ କରିଛନ୍ତି ? ଏହାକୁ ଟିକିଏ ଭଲଭାବେ ବନାଇଥିଲେ ଆମେ ବି ଟିକିଏ ମଜା ନେଇ ପାରିଥାନ୍ତୁ ।


ସୋସିଆଲ ମିଡିଆରେ ଅନେକ ଲୋକ ଏହି କୁନି ଝିଅଟିର ଦୃଷ୍ଟିକୋଣକୁ ସମର୍ଥନ କରୁଛନ୍ତି ଏବଂ କହୁଛନ୍ତି ଶିକ୍ଷା ପ୍ରଣାଳୀକୁ ପୁଣିଥରେ ପ୍ରସ୍ତୁତ କରିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.