ସାରା ଦେଶରେ ହ୍ବାଟସଆପ୍ ସେବା ବନ୍ଦ, ୪୫ ମିନିଟ୍ ହେଲା କାମ କରୁନି ହ୍ବାଟସଆପ୍

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ଠପ୍ । ସର୍ଭର ଡାଉନ୍ । ଭାରତ ସମେତ କିଛି ଦେଶରେ କାମ କରୁନି ହ୍ଵାଟସ୍ଆପ୍ । ସର୍ଭର ଡାଉନ୍ ଥିବାରୁ ମେସେଜ୍ ଯାଉନି କି ଆସୁନି । ଟେକ୍ସଟ କି ଭିଡିଓ ମେସେଜ୍ କରି ପାରୁ ନାହାନ୍ତି ହ୍ଵାଟସଆପ୍ ବ୍ୟବହାରକାରୀ । ଭିଡିଓ କଲ୍ ବି ହୋଇ ପାରୁନି । ଫଳରେ ଘଣ୍ଟାଏ ହେଲାଣି ହଇରାଣ ହେଉଛନ୍ତି ୟୁଜର୍ସ ।
ତେବେ କେଉଁ କାରଣରୁ ସର୍ଭର ଡାଉନ୍ ହୋଇଛି ? ଏନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନି । ତେବେ ନିଜ ସ୍ପଷ୍ଟୀକରଣରେ ମେଟା କମ୍ପାନୀ ମୁଖପାତ୍ର କହିଛନ୍ତି, ଖୁବଶୀଘ୍ର ହ୍ଵାଟସ ଆପ୍କୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦିଗରେ କାମ ଚାଲିଛି ।