Flipkart ଅଫର୍‌! ଦୀପାବଳି ପରେ ବି ମାତ୍ର ୯ ହଜାରରେ ମିଳୁଛି ୩୦,୦୦୦ ଟଙ୍କାର ସ୍ମାର୍ଟ ଏଲ୍‌ଇଡି ଟିଭି; ଘରେ ହିଁ ଦେବ ଥିଏଟରର ଅନୁଭବ

ଦୀପାବଳି ପୂର୍ବରୁ ଫ୍ଲିପ୍‌କାର୍ଟରେ ସ୍ମାର୍ଟ ଏଲ୍‌ଇଡି ଟିଭି କ୍ରୟ ଉପରେ ତଗଡ଼ା ଡିସ୍‌କାଉଣ୍ଟ ଅଫର୍‌ କରାଯାଉଥିଲା। ଯଦି ଆପଣ ଦୀପାବଳି ଅଫର୍‌ ସମୟରେ ସ୍ମାର୍ଟ ଏଲ୍‌ଇଡି ଟିଭି କିଣି ପାରି ନ ଥିଲେ ଏବଂ ଆପଣଙ୍କୁ ଲାଗୁଛି କି, ଏହି ଅଫର୍‌ ଯାଇ ସାରିଛି, ତ ଏଥିରେ ଚିନ୍ତା କରିବା ଆବଶ୍ୟକ ନାହିଁ। କାହିଁକି ନା, କିଛି ବ୍ରାଣ୍ଡ ଏମିତି ବି ଅଛି, ଯାହା ଉପରେ ଫ୍ଲିପ୍‌କାର୍ଟ ଏବେ ବି ଛପର ଫାଡ଼ି ଡିସ୍‌କାଉଣ୍ଟ ଅଫର୍‌ କରୁଛି। ଯଦି ଆପଣ ଏବେ ମଧ୍ୟ ଏକ ସ୍ମାର୍ଟ ଏଲ୍‌ଇଡି ଟିଭି କିଣିବାକୁ ଚାହୁଁଛନ୍ତି, ଯାହା ଆପଣଙ୍କ ବଜେଟ୍‌ରେ ଫିଟ୍‌ ହୋଇପାରିବ, ତ ଆଜି ଆମେ ଏକ ଜବରଦସ୍ତ ଅପସନ ନେଇକି ଆସିଛୁ, ଯଦ୍ଦ୍ଵାରା ଆପଣ ୧୦,୦୦୦ରୁ ବି କମ୍‌ ଦାମ୍‌ରେ ଧମାକାଦାର ଏଲ୍‌ଇଡି ଟିଭି ଘରକୁ ନେଇ ପାରିବେ। ଆସନ୍ତୁ ଜାଣିବା ଏହା ବିଷୟରେ…

ଯେଉଁ ସ୍ମାର୍ଟ ଏଲ୍‌ଇଡି ଟିଭିରେ ଡିସ୍‌କାଉଣ୍ଟ ମିଳୁଛି, ଏହାର ନାମ Adsun Frameless 80 cm (32 inch) HD Ready LED Smart Android Based TV। ଏହା ଏକ ୩୨ ଇଞ୍ଚର HD Ready LED Smart Android ଆଧାରିତ ଟିଭି। ଯଦିଓ ଏହାର ପ୍ରକୃତ ଦାମ୍‌ ରହିଛି ୨୯,୯୯୯ ଟଙ୍କା, କିନ୍ତୁ ଏହା ଉପରେ ପୂରା ୭୦ ପ୍ରତିଶତର ତଗଡ଼ା ଡିସ୍‌କାଉଣ୍ଟ ଦିଆଯାଉଛି, ଯାହା ପରେ ଗ୍ରାହକ ଏହାକୁ ମାତ୍ର ୮,୯୯୯ ଟଙ୍କାରେ କିଣି ପାରିବେ। ଏହି ସ୍ମାର୍ଟ ଏଲ୍‌ଇଡି ଟିଭି ଫ୍ରେମ୍‌ଲେସ ରହିଛି ଏବଂ ଏଥିରେ ଆପଣଙ୍କୁ ଏକ ଭିନ୍ନ ଲେବଲର ଭିଜୁଆଲ ଏକ୍ସପେରିୟନ୍ସ ମିଳିବ, ଯାହା ଆପଣଙ୍କ ଘରକୁ ଥିଏଟର ବନାଇ ଦେବ।

ଯଦି ଖାସିୟତ୍‌ ବିଷୟରେ କଥା ହେବା, ତ ଏହି ସ୍ମାର୍ଟ ଏଲ୍‌ଇଡି ଟିଭିରେ ଗ୍ରାହକମାନଙ୍କୁ ଏକ ଓ୍ଵାଇଡ୍‌ ଭ୍ୟୁଇଙ୍ଗ୍‌ ଆଙ୍ଗଲ ମିଳୁଛି। ଏଥି ସହିତ ସ୍ମାର୍ଟ ଏଲ୍‌ଇଡି ଟିଭିରେ ଆପଣଙ୍କୁ ୬୦ ହର୍ଟଜର ହାଇ ରିଫ୍ରେଶ୍‌ ରେଟ୍‌ ମିଳିବ। ଗ୍ରାହକମାନଙ୍କୁ ଏହି ସ୍ମାର୍ଟ ଏଲ୍‌ଇଡି ଟିଭିରେ ୨୦ ଓ୍ଵାଟ୍‌ର ସାଉଣ୍ଡ ମିଳିଥାଏ। ଏହାସହ ଏଥିରେ ପ୍ରି-ଇନ୍‌ଷ୍ଟଲ୍‌ଡ OTT ଆପ୍‌ସ ଦିଆଯାଉଛି, ଯେଉଁଥିରେ ଆପଣ ମନୋରଞ୍ଜନକୁ ମନଭରି ଉପଭୋଗ କରି ପାରିବେ। ଏହା ଏକ ଦମ୍‌ଦାର ଏଲ୍‌ଇଡି ଟିଭି, ଯାହା ଆପଣଙ୍କ ଘରେ ହିଁ ଥିଏଟରର ଅନୁଭବ ଅଫର୍‌ କରିବ ଏବଂ ଆପଣଙ୍କ ପକେଟ୍‌ ଉପରେ ବୋଝ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.