୧୦୭ ବର୍ଷୀୟା ମା ନିଜର ୮୪ ବର୍ଷର ଝିଅକୁ ଦେଲେ ଚକୋଲେଟ, ଯାହାକୁ ଦେଖି ଭାବୁକ ହୋଇଗଲେ ଲୋକ, ଦେଖନ୍ତୁ ଭିଡିଓ

ବୟସ ପିଲାବେଳ ଛଡାଇ ନେଇପାରେ ସତ କିନ୍ତୁ ପିଲାଳିଆମୀ ନୁହେଁ । ଏହାକୁ ନେଇ ସୋସିଆଲ ମିଡିଆରେ ଏପରି ଏକ ସୁନ୍ଦର ଭିଡିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବୁକ ହୋଇ ପଡିବେ । ଭିଡିଓଟି ଚୀନର ଅଟେ ସତ କିନ୍ତୁ ପିଲାବେଳ ଓ ମାର ଭଲପାଇବା ସବୁ ସ୍ଥାନରେ ତ ଏକା ହୋଇଥାଏ ନା । ଏହି ଭିଡିଓରେ ଜଣେ ୧୦୭ ବର୍ଷୀୟା ମା ନିଜର ୮୪ ବର୍ଷୀର ଝିଅକୁ ଚକୋଲେଟ ଦେଉଥିବା ଦୃଶ୍ୟ ନଜରକୁ ଆସିଛି । ମାଙ୍କ ହାତରୁ ଚକୋଲେଟ ପାଇବା ପରେ ୮୪ ବର୍ଷର ଝିଅଙ୍କ ମୁଁହରେ ଠିକ ସେହିଭଳି ଖୁସି ଦେଖିବାକୁ ମିଳିଛି ଯାହା ପିଲାଦିନେ ଦେଖିବାକୁ ମିଳିଥାଏ ।

video courtesy People’s Daily, China
ଏହାସହ ପଢନ୍ତୁ ପାକିସ୍ତାନରେ ପ୍ରତି ୯ ଜଣକ ମଧ୍ୟରେ ଜଣେ ମହିଳା ହୋଇଥାନ୍ତି ଏହି ରୋଗର ଶିକାର, ବାର୍ଷିକ ମୃତ୍ୟୁହାର..

People Daily, China ଏହି ସୁନ୍ଦର ଭିଡିଓକୁ ଟ୍ୱିଟରରେ ସେୟାର କରିଥିଲେ ଓ କ୍ୟାପ୍ସନରେ ଲେଖିଥିଲେ “ଦୁନିଆକା ସବସେ ଖୁସ ବଚ୍ଚା” । ୧୦୭ ବର୍ଷୀୟା ମା ନିଜର ୮୪ ବର୍ଷୀୟା ଝିଅକୁ ଚକଲେଟର କିଛି ଅଂଶ ଦେଇଥିଲେ । ଯାହାକୁ ଦେଖି ତାଙ୍କ ଝିଅ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ ଠିକ ଛୋଟ ପିଲାଟିଏ ପରି । ଏହି ଭିଡ଼ିଓଟିକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.