ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ, ଛୁଟି ମନାନ୍ତୁ ନାହିଁ : WHO

କେନ୍ଯୁଜ୍:ବିଶ୍ୱରେ ପ୍ରଚଣ୍ଡ ହେଉଛି ଓମିକ୍ରନ୍‌ । ୯୦ ରୁ ଅଧିକ ଦେଶକୁ ମାଡ଼ି ସାରିଲାଣି ଭାଇରସ । ଆଗକୁ ଅଛି ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ । ଏସବୁ ଭିତରେ ସତର୍କ କରିଛନ୍ତି WHO ଡିଜି ଟେଡ୍ରୋସ ଅଧନୋମ ଗେବ୍ରିସିୟସ । କହିଛନ୍ତି ଜିରୋ ରିସ୍କ କିଛି ନାହିଁ । ତେଣୁ ଛୁଟି ନ ମନାଇବାକୁ ଅନୁରୋଧ କରିଛନ୍ତି ।

ଇଭେଣ୍ଟ କ୍ୟାନସଲ କଲେ ଲାଇଫ କ୍ୟାନସଲ କରିବାୁକ ପଡିବ ନାହିଁ ବୋଲି WHO ସ୍ପଷ୍ଟ କରିଛି । ଉତ୍ସବ ପାଳନ ବେଳେ ଓମିକ୍ରନ ବ୍ୟାପିବାର ଆଶଙ୍କା ଥିବାରୁ ଏଥିରୁ ବିରତ ରହିବାକୁ WHO ପରାମର୍ଶ ଦେଇଛି ।

ଓମିକ୍ରନକୁ ମାତ ଦେଉଛି ଭ୍ୟାକସିନ:

ଓମିକ୍ରନକୁ ମାତ ଦେଉଛି ଭ୍ୟାକସିନ । ଏଭଳି ଦାବି କରିଛନ୍ତି ଦକ୍ଷିଣ ଆଫ୍ରିକା ମେଡିକାଲ ଆସୋସିଏସନ୍‌ର ସଭାପତି ଡାକ୍ତର ଅଞ୍ଜେଲିକ୍‌ କୋଟ୍‌ଜି । ସେ ହିଁ ପ୍ରଥମେ ଓମିକ୍ରନ୍‌ ଚିହ୍ନଟ କରିଥିଲେ ।

୧୦ ଜଣ ଆଇସିୟୁ ରୋଗୀଙ୍କ ମଧ୍ୟରୁ ୯ ଜଣ ଭ୍ୟାକସିନ ନେଇନଥିବା ଜଣାପଡିଛି । ଭ୍ୟାକସିନ ନେଇଥିବା ସଂକ୍ରମିତଙ୍କ ଠାରେ ଓମିକ୍ରନର ପ୍ରଭାବ ଦେଖାଯାଉନାହିଁ । ଓମିକ୍ରନ ସଂକ୍ରମିତ ଗୁରୁତର ହେଉନାହାନ୍ତି । ସାମାନ୍ୟ ରହୁଛି ଲକ୍ଷଣ । ତେବେ ଡେଲ୍‌ଟା ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନ୍‌ ବୋଲି ସେ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.