ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜର ସବୁ ମ୍ୟାଚ୍

ମୁମ୍ବାଇ: ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜର ସବୁ ମ୍ୟାଚ । ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିବା ଭାରତ ୩ଟି ଟେଷ୍ଟ ଓ ୩ଟି ଓ୍ଵାନଡେ ଖେଳିବ । ୨୬ ତାରିଖରେ ଖେଳାଯିବ ପ୍ରଥମ ଟେଷ୍ଟ । ଟେଷ୍ଟ ଟିମ୍‌ର ନେତୃତ୍ୱ ନେବେ ବିରାଟ କୋହଲି । ଟେଷ୍ଟ ସିରିଜ ପରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମା ଅଧିନାୟକ ରହିଛନ୍ତି ।

ବିଶ୍ୱରେ ପ୍ରଚଣ୍ଡ ହେଉଛି ଓମିକ୍ରନ୍‌

ସୂଚନା ଥାଉକି, ବିଶ୍ୱରେ ପ୍ରଚଣ୍ଡ ହେଉଛି ଓମିକ୍ରନ୍‌ । ୯୦ ରୁ ଅଧିକ ଦେଶକୁ ମାଡ଼ି ସାରିଲାଣି ଭାଇରସ । ଆଗକୁ ଅଛି ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ । ଏସବୁ ଭିତରେ ସତର୍କ କରିଛନ୍ତି WHO ଡିଜି ଟେଡ୍ରୋସ ଅଧନୋମ ଗେବ୍ରିସିୟସ । କହିଛନ୍ତି ଜିରୋ ରିସ୍କ କିଛି ନାହିଁ । ତେଣୁ ଛୁଟି ନ ମନାଇବାକୁ ଅନୁରୋଧ କରିଛନ୍ତି ।ଇଭେଣ୍ଟ କ୍ୟାନସଲ କଲେ ଲାଇଫ କ୍ୟାନସଲ କରିବାୁକ ପଡିବ ନାହିଁ ବୋଲି WHO ସ୍ପଷ୍ଟ କରିଛି । ଉତ୍ସବ ପାଳନ ବେଳେ ଓମିକ୍ରନ ବ୍ୟାପିବାର ଆଶଙ୍କା ଥିବାରୁ ଏଥିରୁ ବିରତ ରହିବାକୁ WHO ପରାମର୍ଶ ଦେଇଛି ।

ଡେଲ୍‌ଟା ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନ୍‌, ମାତ ଦେଉଛି ଭ୍ୟାକସିନ

ଓମିକ୍ରନକୁ ମାତ ଦେଉଛି ଭ୍ୟାକସିନ । ଏଭଳି ଦାବି କରିଛନ୍ତି ଦକ୍ଷିଣ ଆଫ୍ରିକା ମେଡିକାଲ ଆସୋସିଏସନ୍‌ର ସଭାପତି ଡାକ୍ତର ଅଞ୍ଜେଲିକ୍‌ କୋଟ୍‌ଜି । ସେ ହିଁ ପ୍ରଥମେ ଓମିକ୍ରନ୍‌ ଚିହ୍ନଟ କରିଥିଲେ । ୧୦ ଜଣ ଆଇସିୟୁ ରୋଗୀଙ୍କ ମଧ୍ୟରୁ ୯ ଜଣ ଭ୍ୟାକସିନ ନେଇନଥିବା ଜଣାପଡିଛି । ଭ୍ୟାକସିନ ନେଇଥିବା ସଂକ୍ରମିତଙ୍କ ଠାରେ ଓମିକ୍ରନର ପ୍ରଭାବ ଦେଖାଯାଉନାହିଁ । ଓମିକ୍ରନ ସଂକ୍ରମିତ ଗୁରୁତର ହେଉନାହାନ୍ତି । ସାମାନ୍ୟ ରହୁଛି ଲକ୍ଷଣ । ତେବେ ଡେଲ୍‌ଟା ତୁଳନାରେ ଅଧିକ ସଂକ୍ରାମକ ଓମିକ୍ରନ୍‌ ବୋଲି ସେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.