ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌କୁ ଡବ୍ଲ୍ୟୁଏଚ୍‌ଓ କଲେ ସ୍ଥଗିତ, କହିଲେ ଏବେ କୋଭିଡ଼୍‍ ପାଇଁ …….

ଜେନେଭା : କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଯାଏ କୈାଣସି ନିର୍ଦ୍ଦିଷ୍ଟ ମେଡ଼ିସିନ୍‌ ବାହାରି ନାହିଁ । ଅଧିକାଂଶ ଦେଶ ଏବେ ଭାରତର ମ୍ୟାଲେରିଆ ମେଡ଼ିସିନ୍‌ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଓ କ୍ଲୋରୋକୁଇନ୍‌କୁ ବ୍ୟବହାର କରି କିଛି ମାତ୍ରାରେ କରୋନା ଭାଇରସକୁ ରୋକିବାରେ ସଫଳ ହୋଇଛନ୍ତି ।

ହେଲେ ଏହି ମେଡିସିନ୍‌କୁ ବ୍ୟବହାର କଲେ ଏହା ଗଭୀର ପାର୍ଶ୍ୱ ପ୍ରତିକ୍ରିୟା ପକାଉଛି ବୋଲି ଲାନ୍‌ସେଟ୍‌ରେ ପ୍ରକାଶ ପାଇଛି । ଲାନ୍‌ସେଟ୍‌ରେ ପ୍ରକାଶ ପାଇଥିବା ଷ୍ଟଡ଼ି ଅନୁଯାୟୀ ମ୍ୟାଲେରିଆରେ ବ୍ୟବହୃତ ହେଉଥିବା ମେଡିସିନ୍‌ ମାନବର ହୃଦୟ ଉପରେ ଗଭୀର ପ୍ରଭାବ ପକାଉଛି ।

ଏହ୍ଵାଦ୍ୱାରା ଅଧିକ କରୋନା ରୋଗୀ ମରୁଛନ୍ତି ବୋଲି ଲାନ୍‌ସେଟ୍‌ ପ୍ରକାଶ କରିଛି । ତେଣୁ ସୂରକ୍ଷା ଦୃଷ୍ଟିରୁ ଏହି ମେଡିସିନ୍‌ର କ୍ଲିନିକାଲ ଟ୍ରାଏଲ କରିବାକୁ ଦାବି କରାଯାଇଥିଲା ।

HCL-1

ହେଲେ କରୋନା ସଂକ୍ରମଣର ଗଭୀରତାକୁ ଦେଖି ଡବ୍ଲୁଏଚ୍‌ଓ (ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍‌) କିଛି ଦିନ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର କ୍ଲିନିକାଲ ଟ୍ରାଏଲକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ ଦେଶ କରୋନା ପ୍ରତିଶେଧକ୍‌ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ବ୍ୟବହାର କରୁଥିବାରୁ ବର୍ତ୍ତମାନ ପାଇଁ ଏହି ଦୁଇ ଭାରତୀୟ ମେଡିସିନ୍‌କୁ ବ୍ୟବହାର କରିବା ପାଇଁ ଡବ୍ଲ୍ୟୁଏଚ୍‌ଓ କହିଛି ।

ପରବର୍ତ୍ତୀ ସମୟରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ମାନବ ପାଇଁ ସୁରକ୍ଷିତ କି ନୁହେଁ ଡାଟା ସେପ୍ଟି ମନିଟରିଙ୍ଗ୍‌ ବୋର୍ଡ ନିର୍ଦ୍ଧାରଣ କରିବ ବୋଲି କିଟ୍ରାଏଲ୍‌ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରସ୍‌ କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ ଆମେରିକା, ଫ୍ରାନ୍ସ ଭଳି ବିଶ୍ୱର ବହୁ ବିକଶିତ ଦେଶ ଏବେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।

Leave A Reply

Your email address will not be published.