କରୋନା ଭାଇରସର ଅନ୍ତ ହେବନି, ଏହା ଲୋକଙ୍କ ଭିତରେ ରହିବ:WHO

କରୋନାକୁ ନେଇ WHOର ସର୍ତକବାଣୀ। କରୋନା ଭାଇରସର ଅନ୍ତ ହେବନି। ଏହା ଲୋକଙ୍କ ଭିତରେ ରହିବ। କେବେ କେବେ ଭୟଙ୍କର ରୂପ ନେବ। ଭ୍ୟାକ୍ସିନ ନେଇ ଏହାର ଭୟଭୟତାକୁ କମେଇ ହେବ ବୋଲି କହିଛନ୍ତି WHO ଏକ୍ଜୁକେଟିଭ ଡାଇରେକ୍ଟର ଡ. ମାଇକ ରିୟାନ।

ଏପଟେ WHO ଟେକ୍ନିକାଲ ହେଡ ମାରିଆ ର୍କେକହୋଭେ କହିଛନ୍ତି କରୋନାର ପ୍ରତ୍ୟେକ ଭାରିଆଣ୍ଟ ବିପ୍ପଜନକ। ଓମିକ୍ରନକୁ ହାଲକା ଭାବେ ନିଅନ୍ତୁ ନାହିଁ। ଅବହେଳା କଲେ ଏହାର ମୃତ୍ୟୁ ଆଣିପାରେ। ଭାଇରସର ମ୍ୟୁଟେସନ ଭ୍ୟାକ୍ସିନର ପ୍ରଭାବ କମାଇଦେବ। ତେଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲ ସେ କହିଛନ୍ତି ।