କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି, ଦ୍ରୌପଦୀ ମୁର୍ମୁ ନା ଯଶଓ୍ଵନ୍ତ ସିହ୍ନା ? ସକାଳ ୧୧ଟାରୁ ଆରମ୍ଭ ଭୋଟ୍‌ ଗଣତି

ନୂଆଦିଲ୍ଲୀ: କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ? ରାଇସିନା ହିଲ୍‌ ରେସରେ କିଏ ମାରିବେ ବାଜି ? ଦ୍ରୌପଦୀ ମୁର୍ମୁ ନା ଯଶଓ୍ଵନ୍ତ ସିହ୍ନା ? ଆଜି ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ୍‌ ଗଣତି ହେବ । ସକାଳ ୧୧ଟାରୁ ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଆରମ୍ଭ ହେବ ଭୋଟ୍‌ ଗଣତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ପ୍ରଥମେ ସାଂସଦଙ୍କ ଭୋଟ୍‌ ଓ ୧୦ଟି ରାଜ୍ୟର ବର୍ଣ୍ଣମାଳା କ୍ରମରେ ଭୋଟ୍‌ ଗଣନା କରାଯିବ । ଏହାପରେ ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପି. ସି. ମୁଡି ଗଣତିର ଟ୍ରେଣ୍ଟ ନେଇ ଗଣମାଧ୍ୟମକୁ ସୂଚନା ଦେବେ । ପରେ ବାକି ୨୦ ରାଜ୍ୟର ଭୋଟ୍‌ ଗଣତି କରାଯିବ । ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରେ ଶେଷ ହେଉଛି । ୨୫ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.