Below header

ଏହି ସହରରେ ହାତୀ ବିରୁଧରେ ମାମଲା ରୁଜୁ କଲା ପୋଲିସ୍‌, ଜାଣନ୍ତୁ କାହିଁକି

ବିହାରର ମୋତିହାରରେ ଏକ ହାତୀର ଏଭଳି ତାଣ୍ଡବ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ ହେବା ସହ ଅନେକ ଜଣ ଆହାତ ମଧ୍ୟ ହୋଇଛନ୍ତି। ଏହି ଘଟଣାରେ ସବୁଠାରୁ ଆଶ୍ଚଯ୍ୟର୍କର କଥା ହେଉଛି ପୋଲିସ ଏହି ହାତୀ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁଯାୟୀ ମୋତିହାରର କୋଟଓ୍ଵାରେ ଗତ ମଙ୍ଗଳବାର ଦିନ ଗୋଟେ ହାତୀ ପାଗଳ ହୋଇଯିବା ଫଳରେ ନିୟନ୍ତ୍ରଣ ବାହାର ହୋଇଯାଇଥିଲା। ବ୍ୟକ୍ତି ଜଣକ ହାତୀଟିକୁ କାବୁ କରିବାକୁ ଚାହିଁଥିଲେ ମଧ୍ୟ ହାତୀ ତାଙ୍କ ଜୀବନ ନେବା ପାଇଁ ବାହାରି ଯାଇଥିଲା। ହାତୀ ଠାରୁ ବଞ୍ଚିବା ପାଇଁ ବ୍ଯକ୍ତି ଜଣକ ଦୌଡି ଥିବା ବେଳେ ହଠାତ ଆଗପଟୁ ଏକ ବୋଲେର ଗାଡି ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ଏଥିସହ ହାତୀର ଆକ୍ରମଣ ଦ୍ୱାରା ବୋଲେର ଗାଡିରେ ଯାତ୍ରା କରୁଥିବା ୬ ଜଣ ଲୋକ ମଧ୍ୟ ଗୁରତର ଆହତ ହୋଇଛନ୍ତି। ଏହାପରେ ମଧ୍ୟ ହାତୀର କୌଣସି ପରିବର୍ତ୍ତନ ନଘଟି ହାତୀଟି ଭିରତିଟୋଲା ଗାଁରେ ପଶି ଯାଇଥିଲା। ହାତୀଟିକୁ ଦେଖିବା ପରେ ଗାଁ ଲୋକମାନେ ଭୟରେ ଦୌଡିବାକୁ ଲାଗିଥିଲେ। ଅନିୟନ୍ତ୍ରଣୀୟ ହାତୀ ଯୋଗୁ ଗାଁ ଲୋକଙ୍କ ଜୀବନ ବଞ୍ଚିଯାଇଥିଲେ ମଧ୍ୟ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହା ପରେ ମଧ୍ୟ ପାଗଳ ହାତୀଟି ଗାଁରେ ବୁଲୁ ଥିବାରୁ ଲୋକମାନେ ଘରୁ ବାହାରି ପାଇଁ ଭୟଭୀତ ଅନୁଭବ କରୁଛନ୍ତି।

ଏହାସହ ପଢନ୍ତୁ: ଗୋଟେ ମଇଁଷିକୁ ଶିକାର କଲେ ୫ଟି ସିଂହ, ଖାଇବା ପାଇଁ ପରସ୍ପର ଭିତରେ ଲାଗିଲା ଏମିତି ଝଗଡା…ଦେଖନ୍ତୁ ଏହି ଭିଡିଓ

ହାତୀଟିକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରାମବାସୀମାନେ ଅନ୍ୟ ଗାଁକୁ ସାହାଯ୍ୟ ମାଗିଥିଲେ। ଶେଷରେ ଅନେକ ଚେଷ୍ଟା କରିବାରେ ହାତୀକୁ ନିୟନ୍ତ୍ରଣ କରାଯାଇପାରିଥିଲା। ରିପୋର୍ଟ ଅନୁଯାୟୀ ସରିୟାତପୁରରେ ରହୁଥିବା ଅନିଲ ଠାକୁରଙ୍କ ଘରେ ଏହି ହାତୀଟି ରହୁଥିଲା। ଏହି ଘଟଣାରେ ମୃତକଙ୍କ ଭାଇଙ୍କ ବୟାନ ନେବା ପରେ ପୋଲିସ ହାତୀ ବିରୋଧରେ କୋଟଓ୍ଵା ଥାନାରେ ମାମଲା ରୁଜୁ କରିବା ପରେ ହାତୀଟିକୁ ମାଲିକଙ୍କ ଘରେ ପହଞ୍ଚାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.