୩୮ ହଜାର ଟନ ଘୁଷୁରୀ ମାଂସ କାହିଁକି କିଣୁଛି ଚୀନ; ଜାଣନ୍ତୁ କ’ଣ ରହିଛି ଡ୍ରାଗନର ପ୍ଲାନିଙ୍ଗ୍…

କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ଦୁଇ ବର୍ଷ ପରେ ଏହା ସାମାନ୍ୟ ହ୍ରାସ ପାଇଛି। ପ୍ରାୟ ସବୁ ଦେଶ ଅଭିଯୋଗ ଲଗାଇଥିଲେ କି, କରୋନା ଭାଇରସ୍ ଚୀନରୁ ବ୍ୟାପିଛି, ଯଦିଓ ଚୀନ୍ ଏହି ଅଭିଯୋଗକୁ ଖଣ୍ଡନ କରି ଚାଲିଛି। ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି କି, ଚୀନ୍ ୩୮୦୦୦ ଟନ୍ ଘୁଷୁରୀ ମାଂସ କିଣିବ। ଚୀନ୍ ସରକାରଙ୍କ ଏହି ଘୋଷଣା ପରେ ଲୋକମାନେ ଏହା ଜାଣିବାକୁ ଚାହୁଁଛନ୍ତି ଯେ ଏତେ ପରିମାଣରେ ଘୁଷୁରୀ ମାଂସ ଚୀନ୍ କାହିଁକି କିଣୁଛି।

ଚୀନର ମର୍ଚେଣ୍ଡାଇଜ୍ ରିଜର୍ଭ ମ୍ୟାନେଜମେଣ୍ଟ ସେଣ୍ଟର ସୋମବାର ଏହି ସୂଚନା ଦେଇଛି। ଏକ ରିପୋର୍ଟରେ କୁହାଯାଇଛି କି, ବିଗତ କିଛି ଦିନରୁ ଚୀନର ସମସ୍ତ ଅଞ୍ଚଳର ଚାଷୀ କ୍ଷତି ସହୁଛନ୍ତି, କାହିଁକି ନା, ସେମାନଙ୍କ ଫସଲ ନଷ୍ଟ ହୋଇ ଯାଇଛି। ଏଥି ସହିତ ଗତ କିଛି ବର୍ଷ ମଧ୍ୟରେ ଘୁଷୁରୀ ମାଂସ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ବର୍ତ୍ତମାନ ଚୀନ୍ ସରକାର ସେଠାକାର ଚାଷୀଙ୍କଠାରୁ ଘୁଷୁରୀ ମାଂସ ହିଁ କିଣିବେ, ଯଦ୍ଦ୍ଵାରା ଚାଷୀଙ୍କ ସମସ୍ୟା ଦୂର ହୋଇପାରିବ ଏବଂ ଘୁଷୁରୀ ମାଂସର ଅଭାବକୁ ବି ପୂରଣ ହୋଇପାରିବ।

ଏକ ତଥ୍ୟ ରହିଛି, ଚୀନ ହେଉଛି ବିଶ୍ୱର ସବୁଠାରୁ ବଡ଼ ଘୁଷୁରୀ ମାଂସର ବଜାର। ଏଠାରେ ଏହାର ବହୁତ ଚାହିଦା ରହିଛି ଏବଂ ବ୍ୟବହାର ମଧ୍ୟ ଅଧିକ ରହିଛି। ଆଫ୍ରିକୀୟ ସ୍ୱାଇନ୍ ଫିଭର ବ୍ୟାପିବା ପରେ ଚୀନରେ ଏହାର ଘୋର ଅଭାବ ଦେଖା ଦେଇଥିଲା। ଚୀନ୍ ସରକାରଙ୍କ ଯୋଜନା ଅନୁସାରେ, ଘୁଷୁରୀ ମାଂସ କିଣିବା ଦ୍ୱାରା ଚୀନର ଚାଷୀ ଏବଂ ଘୁଷୁରୀ ପାଳକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅନ୍ୟ କୃଷକମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ।

ରିପୋର୍ଟ ମୁତାବକ, ଚୀନ୍ ନିଜ ପାଇଁ ଏକ ବଡ଼ ହଗ୍ କ୍ଲଷ୍ଟର ନିର୍ମାଣ କରୁଛି, ଯେମିତି ଆଗାମୀ ଦିନରେ ନିଜ ଲୋକଙ୍କର ଅଭାବକୁ ପୂରଣ କରିପାରିବ। କିଛି ଦିନ ପୂର୍ବେ ଚୀନ୍ ବହୁ ସଂଖ୍ୟାରେ ଘୁଷୁରୀ ନଷ୍ଟ କରିଥିଲା। ତେଣୁ ଘୁଷୁରୀ ଉତ୍ପାଦନକୁ ସ୍ଥିର ରଖିବା ଏବଂ ଏହା ପାଇଁ ନୀତି ଲାଗୁ କରିବା ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ। ରିପୋର୍ଟ ଅନୁସାରେ, ଚୀନ ହେଉଛି ବିଶ୍ୱର ସବୁଠାରୁ ବଡ଼ ଘୁଷୁରୀ ମାଂସ ଉତ୍ପାଦକ ଦେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.