Below header

ଏଠି ସୀମାଙ୍କୁ ଗଣ୍ଡେ ଖାଇବାକୁ ମିଳୁନି, ପାକିସ୍ତାନରେ ଅଞ୍ଜୁଙ୍କୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ଉପହାର, ପାକ୍‌ର ଏ ଆଦର ପଛର ରହସ୍ୟ ଜାଣନ୍ତୁ

ଦରିଦ୍ର ପାକିସ୍ତାନ ଅଞ୍ଜୁଙ୍କ ପଛରେ ଏତେ ଟଙ୍କା ଖର୍ଚ୍ଚ କରୁଛି କାହିଁକି ? କଣ ରହିଛି ଏହା ପଛର ରହସ୍ୟ ?

ସୀମା ବନାମ ଅଞ୍ଜୁ । ଜଣେ ପାକିସ୍ତାନରୁ ଆସି ଭାରତରେ ଏବଂ ଆଉ ଜଣେ ଭାରତରୁ ଯାଇ ପାକିସ୍ତାନରେ । ସୀମାଙ୍କୁ ଭାରତ ସରକାର ପାକିସ୍ତାନ ପଠାଇ ଦେବାକୁ ବନ୍ଦୋବସ୍ତ କରୁଥିବା ବେଳେ ସେ ଭାରତ ଛାଡ଼ି ଯିବାକୁ ଆଦୌ ପ୍ରସ୍ତୁତ ନାହାନ୍ତି ବୋଲି କହୁଛନ୍ତି । ଅନ୍ୟପକ୍ଷରେ ଅଞ୍ଜୁଙ୍କ ପୂରା ଆଦର କରୁଛି ପାକିସ୍ତାନ । ଉପହାର ପରେ ଉପହାର ଭେଟି ଦେଉଛି । ଏପଟେ ଦେଶରେ ଲୋକେ ଖାଇବାକୁ ପାଉ ନାହାନ୍ତି ସେପଟେ କିନ୍ତୁ ଭାରତର ଅଞ୍ଜୁଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଭେଟିରେ ବୁଡ଼ାଇ ଦେଉଛି ।

ପାକିସ୍ତାନରେ ଏବେ ଅଟାଠୁ ଆରମ୍ଭ କରି ଚାଉଳ ପର୍ଯ୍ୟନ୍ତ ସବୁ ଖାଇବା ଜିନିଷ ଦର ଆକାଶଛୁଆଁ । ଲୋକେ ଗୋଟିଏ ଓଳି ଭଲରେ ଖାଇବାକୁ ସଂଘର୍ଷ କରୁଛନ୍ତି । ଏହି ସମୟରେ ନିଜ ପ୍ରେମିକ ପାଇଁ ଭାରତ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କୁ ପାକିସ୍ତାନର ଜଣେ ବ୍ୟବସାୟୀ ଗୋଟିଏ ଫ୍ଲାଟ୍‌ ଏବଂ ଲକ୍ଷ ଲକ୍ଷ ଟଙ୍କାର ଉପହାର ଦେଇଛନ୍ତି । ସବୁବେଳେ ଭାରତୀୟଙ୍କୁ ନିଜ ଶତ୍ରୁ ଭାବେ ଦେଖୁଥିବା ଏବଂ ଘଢଣା କରୁଥିବା ପାକିସ୍ତାନରେ ଅଞ୍ଜୁଙ୍କୁ ଏତେ ଆଦର କାହିଁକି ? ଏହା ପଛରେ ନିଶ୍ଚୟ କିଛି ରହସ୍ୟ ରହିଛି । ଅଞ୍ଜୁଙ୍କୁ ଏତେ ଭଲ ପାଇବା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ ତ ? ଏଭଳି କିଛି ଆଭାସ ମିଳିଲାଣି । ଫେସ୍‌ବୁକ୍‌ରେ ବିବାହିତ ଅଞ୍ଜୁଙ୍କର ପାକିସ୍ତାନୀ ନସରୁଲଙ୍କ ସହିତ ପ୍ରେମ ହେଲା । ଏହାପରେ ସେ ପାକିସ୍ତାନ ପଳାଇଗଲେ । ସେଠାରେ ନସରୁଲଙ୍କ ସହ ତାଙ୍କର ବାହାଘର ହୋଇଛି । ତା ପରେ ତାଙ୍କୁ ଭାରି ଆଦର, ସମ୍ମାନ ଏବଂ ଟଙ୍କା ପଇସା ବି ମିଳଳିବାରେ ଲାଗିଛି ।
କାରଣ ପାକିସ୍ତାନ ଛାଡ଼ି ଭାରତକୁ ପ୍ରେମ ପାଇଁ ଦୌଡ଼ି ଆସିଥିବା ସୀମାଙ୍କ ଉପରେ ବି ଭାରତ ସରକାର ସନ୍ଦେହ ନଜର ରଖିଛନ୍ତି । ବେଆଇନ୍‌ ଭାବେ ସେ ଭାରତ ଆସିଥିବାରୁ ତାଙ୍କୁ ପାକିସ୍ତାନ ପଠାଇ ଦେବା ପାଇଁ ଯୋଜନା କରୁଛନ୍ତି । ଠିକ୍‌ ସେତିକି ବେଳେ ଏକ ସମାନ ଘଟଣାରେ କିଭଳି ଅଞ୍ଜୁଙ୍କୁ ଏତେ ସ୍ନେହ ଆଦର ମିଳୁଛି କିଛି ବୁଝି ହେଉନାହିଁ । ଏପଟେ ଭାରତରେ ଏବେ ସୀମା ଅତି ଖରାପ ସ୍ଥିତିରେ ଅଛନ୍ତି । ପ୍ରଥମେ ତାଙ୍କ ଦେହ ଖରାପ ହୋଇଗଲା । ତା ସହିତ ଗଣମାଧ୍ୟମ ତାଙ୍କ ପଛରେ ଏମିତି ପଡ଼ିଲା ଯେ ତାଙ୍କୁ ଖାଇବାକୁ ପିଇବାକୁ ସମୟ ଦେଲାନି । ସୀମା ଏବେ ସଚିନ୍‌ଙ୍କ ଘରେ ରହୁଛନ୍ତି । ଏତେ ସବୁ ଘଟଣାରେ ସେମାନେ ବିରକ୍ତ ହୋଇ ଯାଇଛନ୍ତି । ତେଣୁ ଘର ଗେଟ୍‌୍‌ରେ ସେମାନ ଏକ ପୋଷ୍ଟର ମାରିଛନ୍ତି । ପୋଷ୍ଟରରେ ଲେଖା ଯାଇଛି କି ‘ମିଡିଆ ପ୍ଲିଜ୍‌ ଆମ ଏକାନ୍ତକୁ ସମ୍ମାନ ଦିଅ’ । ଅର୍ଥାତ୍‌ ଆମକୁ ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ ।
ବର୍ତ୍ତମାନ ସଚିନ୍‌ ଓ ସୀମା ହାଇଦର ଦିଲ୍ଲୀର ରବୁପୁରା ଠାରେ ଥିବା ତାଙ୍କର ଦ୍ୱିତୀୟ ଘରେ ରହୁଛନ୍ତି । ସଚିନ୍‌ଙ୍କ ବାପା ନେତ୍ରପାଲ ଏକ ଭିଡିଓ ଜାରି କରି ଲୋକଙ୍କୁ ନିବେଦନ କରିଛନ୍ତି । ସେ ଭିଡିଓରେ କହିଛନ୍ତି କି ‘ବାରମ୍ବାର ପୋଲିସ୍‌ ତଦନ୍ତ ଯୋଗୁଁ ଆମେ ବହୁତ ହଇରାଣ ହେଉଛୁ । ଘରୁ ବାହାରି ପାରୁନାହୁଁ । ଏମିତିକି ଠିକ୍‌୍‌ରେ ଖାଇ ପିଇ ପାରୁନାହୁଁ । ଯଦି ଏମିତି ସ୍ଥିତି ଜାରି ରହେ ତେବେ ଆମକୁ ଆଉ ଖାଇବାକୁ ବି ମିଳିବନି’ । ତେଣୁ ଶୀଘ୍ର ଏହାର ସମାଧାନ ବାହାର କରିବା ପାଇଁ ସେ ଭିଡିଓରେ ନିବେଦନ କରିଛନ୍ତି ।
ପବ୍‌ଜ ଖେଳରୁ ସୀମା ଓ ସଚିନ୍‌ଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୀମା ନିଜର ଚାରି ପିଲାଙ୍କୁ ଧରି ଦୁବାଇ ଓ ନେପାଳ ରାସ୍ତା ଦେଇ ଭାରତ ପଳାଇ ଆସିଛନ୍ତି । ତେବେ ତାଙ୍କର କିଛି କଥାରେ ତାଳମେଳ ରହୁ ନଥିବାରୁ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଏବେବି ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.