ମୋଦିଙ୍କ ପାଇଁ ସ୍ପେଶାଲ ରାକ୍ଷୀ ତିଆରି କଲେ ବୃନ୍ଦାବନ ଆଶ୍ରମରେ ଥିବା ବିଧବା ମହିଳା, ପଠାଇଲେ ୫୦୧ ରାକ୍ଷୀ ଏବଂ ୭୫ ତ୍ରିରଙ୍ଗା

ବୃନ୍ଦାବନ ଆଶ୍ରମରେ ରହୁଥିବା ବିଧବା ମହିଳା ନିଜ ହାତରେ ତିଆରି କରିଥିବା ରାକ୍ଷୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ବାନ୍ଧିବେ। ବିଧବା ମହିଳାଙ୍କ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କୁ ଏଥର ୫୦୧ ରାକ୍ଷୀ ଏହାସହିତ ୭୫ ତ୍ରିରଙ୍ଗା ପଠାଯିବ। ଏହାକୁ ନେଇ ସୁଲଭ ଇଣ୍ଟରନ୍ୟାସନାଲ ପିଆରଓ ମଦନ ଝା କହିଛନ୍ତି, ଗତ କିଛି ବର୍ଷ ହେଲାଣି ବିଧବା ମହିଳାମାନେ ରାକ୍ଷୀ ଦିନ ମୋଦିଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଯାଆନ୍ତି କିନ୍ତୁ ଗତ ଦୁଇ ବର୍ଷ ହେଲାଣି କୋଭିଡ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବାକୁ ଯାଇପାରୁନାହାନ୍ତି। ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସଂପର୍କ କରାଯାଇଥିଲା। ଅନୁମତି ମିଳିବା ପରେ କିଛି ମହିଳା ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବାକୁ ଦିଲ୍ଲୀ ଯିବେ ବୋଲି ଜଣାପଡିଛି।

ଆଶ୍ରମରେ ଥିବା ମହିଳାମାନେ ପିଏମ ମୋଦିଙ୍କ ଫଟୋ ଥିବା ରାକ୍ଷୀ ତିଆରି କରିଛନ୍ତି। ଏହାସହିତ ୭୫ଟି ତ୍ରିରଙ୍ଗା ମଧ୍ୟ ପଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରଂଗୀନ ଫଟୋ ରାକ୍ଷୀ ମା’ ସାରଦା ଏବଂ ରାଧାଟିଲା ଆଶ୍ରମରେ ରହୁଥିବା ମହିଳାମାନେ ତିଆରି କରିଛନ୍ତି।

ସୁଲଭ ଇଣ୍ଟରନ୍ୟାସନାଲର ସଂସ୍ଥାପକ ଡା ବିନ୍ଦେଶ୍ୱର ପାଠକଙ୍କ ଦ୍ୱାରା ପ୍ରତିବର୍ଷ ବିଧବା ମହିଳାମାନେ ରାକ୍ଷୀ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ହୋଇଥାଏ। ଏଠିକାର ଉପାଧ୍ୟକ୍ଷ ବିନୀତା ବର୍ମା କହିଛନ୍ତି, ହଜାର ବିଧବା ମହିଳାମାନଙ୍କ ମଧ୍ୟରୁ ୪-୫ ଜଣ ମହିଳା ମୋଦିଙ୍କୁ ରାକ୍ଷୀ ବାନ୍ଧିବା ଏବଂ ମିଠା ଦେବା ପାଇଁ ଦିଲ୍ଲୀ ଯାଇଥାନ୍ତି। ପ୍ରତିବର୍ଷ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସଂପର୍କ କରାଯାଏ। କିଛି ରାକ୍ଷୀ ପ୍ରଧାନମନ୍ତ୍ରୀଙ୍କ ଫଟୋରେ ପ୍ରସ୍ତୁତ କରାଯାଏ। ୭୦ ବର୍ଷୀ ଗୌରବନୀ ଦାସୀ ଗତ କିଛି ବର୍ଷ ହେଲାଣି ବ୍ୟକ୍ତିଗତ ଭାବେ ରାକ୍ଷୀ ବାନ୍ଧିବାକୁ ଯାଆନ୍ତି। ଚଳିତବର୍ଷ ରାକ୍ଷୀ ତିଆରି କରି ପଠାଇବାକୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.