ସମ୍ପର୍କରେ କଳଙ୍କ: ପ୍ରେମିକ ସହ ମିଶି ସ୍ବାମୀକୁ କରେଣ୍ଟ ଦେଇ ହତ୍ୟା କଲା ସ୍ତ୍ରୀ

ରାଜସ୍ଥାନର ବାଡମେର ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଘଟଣାରେ ଜଣେ ମହିଳା ପ୍ରେମିକ ସହ ମିଶି ନିଜ ପତିର ହତ୍ଯା କରିଛନ୍ତି। ହତ୍ଯାକାଣ୍ଡର ଷଡଯନ୍ତ୍ର ଏପରି ରଚା ଯାଇଥିଲା, ଯାହାର ଖବର କାହାକୁ ଜଣା ପଡିନଥିଲା। ଶେଷରେ ଘର ଲୋକ ଏବଂ ପୋଲିସ ସାମ୍ନାରେ ମହିଳାଙ୍କ ଜଣକ ତାଙ୍କ ପତିଙ୍କ ମୃତ୍ୟୁ କରେଣ୍ଟ ଲାଗିବା ଦ୍ବାରା ହୋଇଛି ବୋଲି କହିଥିଲେ।

ରିପୋର୍ଟ ଅନୁଯାୟୀ ପୋଲିସ ପୋଷ୍ଟମର୍ଟମ ପରେ ଶବକୁ ଘର ଲେକାଙ୍କୁ ହସ୍ତାନ୍ତର କରିଥିଲା। ଘର ଲୋକ ମଧ୍ଯ କରେଣ୍ଟ ଦ୍ବାରା ମୃତ୍ୟୁ ହୋଇଛି ବୋଲି ଭାବି ଅନ୍ତିମ ସଂସ୍କାର କରିଥିଲେ କିନ୍ତୁ ଉକ୍ତ ଘଟଣା ପରେ ମୃତକଙ୍କ ଭାଇ ନିଜ ଭାଉଜ ଉପରେ ସନ୍ଦେହ କରିଥିଲେ। ଏହାପରେ ପରିବାର ଲୋକେ ପଚରାଉଚରା କରିବାରୁ ସେ ପ୍ରଥମରୁ ହିଁ କଥା ବୁଲାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତିନି-ଚାରି ପରେ ପଚାରିବାରୁ ସେ ସବୁ କଥା ଖୋଲି କହିଥିଲେ। ସେ କହିଥିଲେ, ପ୍ରେମିକ ସହ ମିଶି କରେଣ୍ଟ ଦେଇ ମାରିବା ପରେ ରାତି ସାରା ପତିଙ୍କ ଶବ ପାଖରେ ଶୋଇ ରହିଥିଲି। କାରଣ ଯେପରି କାହାକୁ ଏ ବିଷୟରେ ସନ୍ଦେହ ନହେଉ। ଏନେଇ ଉକ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ କହିବାନୁଯାୟୀ ମହିଳା ଜଣଙ୍କର ଗାଁରେ ରହୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ସମ୍ପର୍କ ବିଷୟରେ ତାଙ୍କ ସ୍ବାମୀ ଜାଣିବା ପରେ ଦୁଇ ଜଣ ମିଶି ତାଙ୍କୁ ରାସ୍ତାର ହଟାଇବା ପାଇଁ ଷଡଯନ୍ତ୍ର ରଚିଥିଲେ। ପ୍ରଥମେ ମହିଳା ଜଣକ ନିଜ ସ୍ବାମୀଙ୍କୁ ଖାଦ୍ଯରେ ନିଦ ବଟିକା ମିଶାଇ ଖାଇବାକୁ ଦେଇଥିଲେ। ଏହାପରେ ପ୍ରେମିକ ଜଣକ ଏକ ବିଦ୍ଯୁତ୍ ତାର ଆଣି ଗୋଟିଏ ପଟ ପ୍ଲଗରେ ଲଗାଇ ଅନ୍ଯପଟଟିକୁ ଗଭୀର ନିଦରେ ଶୋଇଥିବା ଉକ୍ତ ଯୁବକଙ୍କ ପାଦ ଏବଂ ହାତରେ ଲଗାଇଥିଲେ। ଶେଷରେ ଛଟପଟ ହୋଇ ଶେଷ ନିଶ୍ବାସ ତ୍ଯାଗ କରିଥିଲେ ମହିଳାଙ୍କ ସ୍ବାମୀ।

You might also like