ଇଂଲଣ୍ଡ -ୱେଷ୍ଟ ଇଣ୍ଡିଜ ପ୍ରଥମ ଟେଷ୍ଟ ଆରମ୍ଭରୁ ବର୍ଷା ସାଜିଲା ବାଧକ

ଦୀର୍ଘ ଦିନର ବ୍ୟବଧାନ ପରେ ମୈଦାନକୁ ଫେରିଲା କ୍ରିକେଟ୍ ଓ ଫେରିଲେ କ୍ରିକେଟର ଜ୍ଝ କିନ୍ତୁ ବର୍ଷା ସାଜିଲା ବାଧକ । ଇଂଲଣ୍ଡ ୱେଷ୍ଟ ଇଣ୍ଡିଜ ପ୍ରଥମ ଟେଷ୍ଟ ଆରମ୍ଭରୁ ହିଁ ବର୍ଷା ସାଜିଲା ବାଧକ । କରୋନା ମହାମାରୀ ନେଇ ପ୍ରାୟ ୪ ମାସର ବ୍ୟବଧାନ ପରେ ବିନା ଦର୍ଶକରେ ଆରମ୍ଭ ହେବାକୁ ଥିଲା ।”ଓ୍ଵିଜଡେନ୍ ଟ୍ରଫି ଟେଷ୍ଟ ସିରିଜ” । ଖେଳ ଆରମ୍ଭରୁ ହିଁ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚରେ ଟସ୍ ପକାଇବା ନେଇ ‌ ବିଳମ୍ବ ହୋଇଥିଲା । ଇଂଲଣ୍ଡ ପକ୍ଷ ଟସ୍ ଜିତି ବ୍ୟାଟିଂ ନିସ୍ପତ୍ତି ନେଇଥିଲାଲେ । ତୃତୀୟ ଓଭର ଶେଷ ହେବା ପରେ ବର୍ଷା ଆରମ୍ଭ ହେବାରୁ ଖେଳରେ ବାଧା ଉପୁଜିଥିଲା । ପରେ ୩୭ ମିନିଟ ପରେ ବର୍ଷା ଛାଡିବାରୁ ଖେଳ ପୁଣି ଆରମ୍ଭ ହୋଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୩୫ ରନ ସଂଗ୍ରହ କରିଛି । ଘରୋଇ ଇଂଲଣ୍ଡ ଦଳର କାମଚଳା ଅଧିନାୟକ ବେନ ଷ୍ଟୋକ ନିଜ ପ୍ରଥମ ମ୍ୟାଚରେ ଟସ ଜିତି ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲେ । ୩ ଓଭର ବଲିଙ୍ଗ ଵୋଇଥିବା ବେଳେ ଇଂଲଣ୍ଡ ଦଳ ଗୋଟିଏ ମାତ୍ର ଵିକେଟ ହରାଇ ଡୋମିନିକ ଶିବଲେଙ୍କ ହରାଇଛି ।

ଶିଵଲେ ମାତ୍ର ୪ ଟି ବଲର ସାମ୍ନା କରି ହିଁ ପାଭିଲିୟନକୁ ଫେରି ଯାଇଥିଲେ । ତେବେ ୧୭.୪ ଓଭର ବୋଲିଂ ହୋଇଥିବା ବେଳେ ଏଥିରୁ ଇଂଲଣ୍ଡ ଦଳ ୩୫ ରନ ସଂଗ୍ରହ କରିଛନ୍ତି । କୋଭିଡ କଟକଣା ଭିତରେ ମ୍ୟାଚ୍ ଚାଲିଛି । ହେଲେ ଏମିତି ଯଦି ଲାଗିରହେ ତେବେ ଖେଳ ଆଗକୁ ଆଗେଇ ପାରିବ କି ନାହିଁ ସେନେଇ ଆଶଙ୍କା ଲାଗି ରହିଛି । ଅଧାରେ ରହିଯିବନି ତ ଦୀର୍ଘ ଦିନ ପରେ ଘରେ ବସି କ୍ରିକେଟର ମଜା ନେବାକୁ ଅପେକ୍ଷା କରିଥିବା ଦର୍ଶକଙ୍କ ଆଶା ଓ ଖେଳାଳିଙ୍କ ସ୍ବପ୍ନ । ପୂର୍ବରୁ ଜାରି ହୋଇଥିବା ଗାଇଡ଼ ଲାଇନ ଅନୁଯାୟୀ ବଲରେ ପୂର୍ବ ଭଳି ଲାଲର ପ୍ରୟୋଗ କରାଯାଉନିକି ପଡିଆରେ ପୂର୍ବ ଭଳି ଉତ୍ସବ ପାଳନ କରୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.