ଲକ ଡାଉନ: ପତିଙ୍କ ସହ ଭେଟ ନ ହୋଇ ପାରିବାରୁ ପତ୍ନୀ ଲେଖିଲେ ୪୫ଟି ଲଭ ଲେଟର

କୁହାଯାଏକି ପ୍ରେମ ଶାଶ୍ୱତ ଓ ପ୍ରେମ ଅବିନେଶ୍ୱର । ଆଉ ମଧ୍ୟ କୁହାଯାଏକି ପ୍ରେମ ଜୀବନରେ ରସ ଭରିଦିଏ । କିନ୍ତୁ ଖୁବ କମ ଲୋକଙ୍କ ଭାଗ୍ୟରେ ପ୍ରକୃତ ଭଲ ପାଇବା ଜୁଟିଥାଏ । ଏମିତି ହିଁ ଏକ ପ୍ରେମର କାହାଣୀ ଦେଖିବାକୁ ମିଳିଛି ଚୀନର ଏକ ସହର ହାଙ୍ଗଝୁ ଠାରେ । ଏଠାକାର ଏକ ବୃଦ୍ଧ ଦମ୍ପତ୍ତି ପରସ୍ପର ଠାରୁ ଦୀର୍ଘ ୫୫ ଦିନ ଧରି ଅଲଗା ରହିବା ପରେ ବି ପରସ୍ପର ସହ ଯୋଡି ହୋଇ ରହିଥିଲେ । ହସ୍ପିଟାଲରେ ଥିବା ସମୟରେ ପତ୍ନୀ ନିଜ ପତିଙ୍କ ଉଦ୍ଦେଶ୍ୟରେ ଗୋଟିଏ କି ଦୁଇଟି ନୁହେଁ ବରଂ ୪୫ ଗୋଟି ପ୍ରେମ ପତ୍ର ଲେଖିଛନ୍ତି ।

china

ସୂଚନା ମୁତାବକ ୮୪ ବର୍ଷୀୟ ହୂବାଙ୍ଗ ଗୋସିଙ୍କ ପତି ୫୫ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟ ଭିତରେ କରୋନା ଭାଇରସ କାରଣରୁ ଚୀନରେ ସମ୍ପୂର୍ଣ ଲକ ଡାଉନ ଜାରି କରାଯାଇଥିଲା । ଏହି କାରଣରୁ ହିଁ ପତି ପତ୍ନୀ ପରସ୍ପର ସହ ଦେଖା କରି ପାରିନଥିଲେ । ଏହି ସମୟ ଭିତରେ ପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପ୍ରେମ ପତ୍ର ତାଙ୍କ ପ୍ରେମର ପରିଚୟ ଦିଏ ବୋଲି ପତ୍ନୀ କହିଛନ୍ତି ।

ଲକ ଡାଉନର କିଛି ଦିନ ଆଗରୁ ଫୁସ ଫୁସ ଜନିତ ଯନ୍ତ୍ରଣା ଓ ଡିମନେସିଆ ରୋଗରେ ପୀଡିତ ଥିବା କାରଣରୁ ହୂବାଙ୍ଗଙ୍କ ପତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ଡାଉନ କାରଣରୁ ପତି ଥିବା ଆଇସିୟୁରେ ପତ୍ନୀ ହୂବାଙ୍ଗଙ୍କୁ ଯିବା ପାଇଁ ଅନୁମତି ନଥିଲା । ହୂବାଙ୍ଗ ହସ୍ପିଟାଲ ଆସୁଥିଲେ କିନ୍ତୁ ବାହାରୁ ଦେଖି ହିଁ ପଳାଉଥିଲେ । ପରସ୍ପର ସହ ଭେଟ ନହେବା କାରଣରୁ ପତ୍ନୀ ହୂବାଙ୍ଗ ନିଜ ପତିଙ୍କୁ ମନେ ପକାଇ ତାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବା ଆରମ୍ଭ କରିଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.