Below header

ଲକ୍‌ଡାଉନ୍‌ରେ ମହାରାଷ୍ଟ୍ରରୁ ବିହାର ଫେରିଥିବା ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଆକ୍ରମଣ, ପିଟି ପିଟି ମାରିଦେଲେ ଜଣଙ୍କୁ

କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ସାରା ଭାରତ ଏକରକମ ବନ୍ଦ ହୋଇଯାଇଛି । ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ କାମଧନ୍ଦା ନପାଇ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ମାତ୍ର ଲକ୍‌ଡାଉନ ଯୋଗୁ ସମସ୍ତ ରାଜ୍ୟ ଓ ଜିଲ୍ଲା ପ୍ରବେଶ ପଥକୁ ସିଲ୍‌ କରିଦେବା ପରେ ବିଭିନ୍ନ ସ୍ଥାନରେ ଅଟକି ଯାଇଥିବା ଶ୍ରମିକମାନେ ଦୀର୍ଘ ପଥ ଚାଲି ଚାଲି ଘରକୁ ଫେରୁଛନ୍ତି ।

ମାତ୍ର ଗାଁରେ ବାହାରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହେଉଛି । ଫଳରେ ଲୋକଙ୍କ ପ୍ରବେଶକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି ବିହାର ସୀତାମଣ୍ଡିର ମଟୋଲ ଗାଁରେ ।

ଗତକାଲି ଏକ ପରିବାର ମହାରାଷ୍ଟ୍ରରୁ ନିଜ ଗାଁ ବିହାରର ମଟୋଲକୁ ଫେରିଥିଲେ । ଫେରିବା ପରେ ପରିବାର ପକ୍ଷରୁ କରୋନା ସହାୟତା କେନ୍ଦ୍ରକୁ ମଧ୍ୟ ଜଣାଇ ଦିଆଯାଥିଲା ।

ହେଲେ ଗାଁର ଦୁଇ ପରିବାର ଉକ୍ତ ପ୍ରବାସୀ ପରିବାରକୁ ଘୋର ବିରୋଧ କରିଥିଲେ । କଥା ଏପରି ହୋଇଥିଲା ଯେ ଉକ୍ତ ପରିବାର ଗାଁକୁ ଫେରିଥିବା ପରିବାରର ଜଣେ ସଦସ୍ୟଙ୍କୁ ପିଟି ପିଟି ମାରିଦେଇଥିଲେ । ପୋଲିସ ପହଞ୍ଚି ଉକ୍ତ ପରିବାରର ୭ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.