Below header

କଟକ ବଡ଼ ମେଡିକାଲରେ କରୋନା ପରୀକ୍ଷା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସବୁ ଜିଲ୍ଲାରେ କରାଯିବ ସ୍ୱତନ୍ତ୍ର ହସପିଟାଲ

ଭୁବନେଶ୍ୱର (କେ ନ୍ୟୁଜ୍‌) : କଟକ ବଡ଼ ମେଡିକାଲ ବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ହେବ କୋଭିଡ-୧୯ର ପରୀକ୍ଷା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । କଟକ ବଡ଼ ମେଡିକାଲରେ ରକ୍ତ ନମୁନା ପରୀକ୍ଷା ପାଇଁ ଅନୁମତି ଦେଇଛି ICMR । ଆଗାମୀ ଦିନରେ ଅନ୍ୟ ସ୍ଥାନରେ ମଧ୍ୟ ରକ୍ତ ନମୂନା ପରୀକ୍ଷା କରାଯିବ । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଓଡ଼ିଶାର ଏମ୍‌କେସିଜି, ବ୍ରହ୍ମପୁର, କଟକ ବଡ଼ ମେଡିକାଲ ଓ ଅନ୍ୟ ବେସକାରୀ ସଂସ୍ଥାକୁ ରକ୍ତ ନମୂନା ପରୀକ୍ଷା କରିବା ପାଇଁ ICMRକୁ ନିର୍ଦ୍ଦେଶ ଦେବାକୁ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ।

NABA DASସେହିଭଳି ରାଜ୍ୟର ସବୁ ଜିଲ୍ଲାରେ ହେବ କୋଭିଡ୍‌-୧୯ ହସ୍ପିଟାଲ । ବିଭିନ୍ନ ଘରୋଇ ହସ୍ପିଟାଲ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲ କରାଯିବ । ଓଡ଼ିଶାର ଅନ୍ୟ ଜିଲ୍ଲା ସମେତ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ହସ୍ପିଟାଲ ବ୍ୟବସ୍ଥା କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.